ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ମୋଟାପଣ କେତେ ଭୟଙ୍କର ହୋଇଥାଏ, ଆମେରିକାରେ ରହୁଥିବା ଏହି ଦମ୍ପତି ହିଁ ଅନୁମାନ କରିପାରୁଥିବେ। ୪୨ ବର୍ଷୀୟ ଲି ଏବଂ ୩୯ ବର୍ଷୀୟ ତାଙ୍କ ପତ୍ନୀ ରେନାଙ୍କୁ ବିଶ୍ୱର ସବୁଠୁ ମୋଟା ଦମ୍ପତି କୁହାଯାଉଛି। ଦୁହିଁଙ୍କ ଓଜନ ଏତେ ଅଧିକ ଯେ, ସେମାନେ ଏକ ମିନି କାର ଭଳି ଦେଖାଯାଉଛନ୍ତି।

ଲି ଏବଂ ରେନାଙ୍କ କାହାଣୀ ବଡ଼ ରୋଚକପୂର୍ଣ୍ଣ। ୧୦ ବର୍ଷ ପୂର୍ବେ ଦୁହେଁ ନିଜ ନିଜର ଓଜନ କମ୍ କରିବା ପାଇଁ ବହୁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଏହାରି ଭିତରେ ଏକ କ୍ଲିନିକରେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ଏହା ପ୍ରେମ ସମ୍ପର୍କରେ ଗଢ଼ି ଉଠିବା ପରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଏତେ ବଢ଼ି ଯାଇଥିଲା, ଓଜନ ହ୍ରାସ କରିବା ଛାଡ଼ି ଦେଇଥିଲେ।

ଯାହା ତାଙ୍କ ଜୀବନରେ ବହୁତ ବଡ଼ ଭୁଲ ଥିଲା। ଏହାପରେ ଓଜନ ଦ୍ରୁତ ଗତିରେ ବଢ଼ିବା ସହ ଉଭୟଙ୍କ ଓଜନ ଏବେ ୬୦୦ କେଜିରେ ପହଞ୍ଚିଛି। ଏଥିରେ ଲି’ଙ୍କ ଓଜନ ୩୨୪ କେଜି ଏବଂ ରେନାଙ୍କ ଓଜନ ୨୪୬ କେଜି। ଓଜନ ବଢ଼ିବା କାରଣରୁ ବୁଲିବା ଛାଡ଼ ଉଠିବସି ପାରୁନାହାନ୍ତି ଏହି ଦମ୍ପତି। ଲି’ଙ୍କ ଜୀବନ ବିଛଣାରେ କଟୁଥିବାବେଳେ, ତାଙ୍କ ପତ୍ନୀ ରେନାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନାହିଁ। ଦୁହିଁଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ଲି’ଙ୍କ ଭଉଣୀ ବୁଝୁଛନ୍ତି।

Comment