ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ସବୁଠୁ ଧନୀ ବିଲେଇ ପ୍ୟାରିସରେ ରହିଛି। ଏହି ବିଲେଇର ସମ୍ପତ୍ତି ମୂଲ୍ୟ ହେଉଛି ୧,୩୮୫ କୋଟି ଟଙ୍କା। ଫ୍ରାନ୍ସର ଜଣାଶୁଣା ଫ୍ୟାସନ ଡିଜାଇନର କାର୍ଲ ଲେଗରଫେଲ୍ଡଙ୍କ ମୃତ୍ୟୁ ପରେ ବିଲେଇ ଚୋପେଟ୍‌କୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଛି।  ଲେଗରଫେଲ୍ଡଙ୍କ ସମ୍ପତ୍ତି ମିଳିବା ପରେ ସେ ବିଶ୍ୱର ସବୁଠୁ ଧନୀ ବିଲେଇ ହେବାର ରେକର୍ଡ କରିଛି।

୧୯୮୮ରେ ଉତ୍ତରାଧିକାରୀ ସୂତ୍ରରେ ତାଙ୍କ ମାଲିକଙ୍କ ଠାରୁ ୬୫ କୋଟି ଟଙ୍କାର ସମ୍ପତ୍ତି ହାସଲ କରିଥିଲେ। ବିଲେଇର ସମ୍ପତ୍ତି ପରିମାଣ ଯେତିକି ତାହାର ଲାଇଫଷ୍ଟାଇଲ ମଧ୍ୟ ସେହିଭଳି। ସେ ଖୁବ ବିଳାସପୂର୍ଣ୍ଣ ଜୀବନ କାଟୁଛି। ବିଲେଇର ଦେଖାରଖା ପାଇଁ ୩ ଜଣ ଲୋକ ନିୟୋଜିତ ଅଛନ୍ତି।

ଚୋପେଟ୍‌ ନିଜ ନାମରେ ୨୧.୩ କୋଟିର ସମ୍ପତ୍ତି ରଖିଛି। ମାଲିକ ସହିତ ମଡେଲିଙ୍ଗ କରି ଏହି ଟଙ୍କା ରୋଜଗାର କରିଛି। ଲେଗରଫେଲ୍ଡ ନିଜେ ମଧ୍ୟ ଏହି ତଥ୍ୟ ଏକ ସାକ୍ଷାତକାରରେ କହିଛନ୍ତି। ୧୯୮୩ ମସିହାରେ ଫ୍ରାନ୍ସର ଫ୍ୟାସନ କମ୍ପାନୀର ନିର୍ଦ୍ଦେଶକ ଥିଲେ ଲେଗରଫେଲ୍ଡ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଛି।

Comment