ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ରାନ୍ସରେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ଘୋଷଣା କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଭୟଙ୍କର ଟ୍ରାଫିକ୍‌ ଜାମ୍‌ ଦେଖିବାକୁ ମିଳିଥିଲା।

ବହୁ ସଂଖ୍ୟକ ଲୋକ ଆବଶ୍ୟକତା ଜିନିଷ କିଣିବା ପାଇଁ ଘରୁ ବାହାରକୁ ଯାଇଥିଲେ। ଫଳରେ ରାସ୍ତାରେ ୭୦୦ କିଲୋମିଟର ଯାଏଁ ଏହି ଟ୍ରାଫିକ ଜାମ୍‌ ଦେଖାଯାଇଥିଲା। ବଜାରରେ ଅସମ୍ଭବ ଭିଡ଼ ଲକ୍ଷ୍ୟ କରାଯାଇଥିଲା।

ସାତ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଫ୍ରାନ୍ସରେ ଏହି ଲକଡାଉନ୍ ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ ଲୋକଙ୍କ ଯାତାୟତ ଉପରେ କଡା ପ୍ରତିବନ୍ଧକ ରହିଛି। କେବଳ ଜରୁରୀ କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା ପାଇଁ ଲୋକେ ଘରୁ ବାହାରକୁ ବାହାରିପାରିବେ। ବାର୍, ରେସ୍ତୋରାଁ ଏବଂ ସିନେମା ହଲ୍‌, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିବ। ଅନ୍ୟପଟେ ଲକଡାଉନ୍ ମଧ୍ୟରେ ଫ୍ରାନ୍ସରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ହଜାରରୁ ଅଧିକ ନୂଆ କେସ୍‌ ଆସିଛି।

Comment