ଓଡ଼ିଶାଲାଇଭ୍ ବ୍ୟୁରୋ

eiffel tower-2

କରୋନା ପାଇଁ ଚାରିଆଡ଼େ ଏବେ ଚାଲୁରହିଛି ଲକଡାଉନ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦର୍ଶନୀୟ ସ୍ଥାନ ପର୍ଯ୍ୟନ୍ତ ସବୁଠି ପଡ଼ିଛି ତାଲା। ତେବେ ଏହା ମଧ୍ୟରେ ଦୀର୍ଘ ତିନି ମାସ ପରେ ଖୋଲିଛି ପ୍ୟାରିସର ପ୍ରସିଦ୍ଧ ଏଫିଲ ଟାଓ୍ୱାର। ବିଶ୍ୱବ୍ୟାପି ବଢ଼ିଚାଲିଥିବା କରୋନା ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ୧୨ ତାରିଖରୁ ଦର୍ଶକମାନଙ୍କ ପାଇଁ ବନ୍ଦ ଥିଲା ଏଫିଲ୍ ଟାଓ୍ୱାର।

eiffel tower-3

ତେବେ କଡ଼ାକଡ଼ି ନିୟମ ପାଳନ କରି ଦର୍ଶକମାନେ ଏହାର ଭ୍ରମଣ କରିପାରିବେ। ସୂଚନା ଅନୂଯାୟୀ ଯାତ୍ରୀମାନଙ୍କୁ କେବଳ ୩୨୪ ମିଟର ଉଚ୍ଚତା ଯାଏଁ ଯିବାର ଅନୁମତି ମିଳିଛି। ସେକେଣ୍ଡ ଫ୍ଲୋର ଉପରକୁ କାହାରିକୁ ଛଡ଼ାଯିବ ନାହିଁ। ଏହା ବ୍ୟତୀତ ସାମାଜିକ ଦୂରତା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ବିନା ମାସ୍କରେ କାହାରିକୁ ଏଫିଲ୍ ଟାଓ୍ୱାରକୁ ଏଣ୍ଟ୍ରୀ ମିଳିବ ନାହିଁ। ଉପରକୁ ଯିବା ପାଇଁ ଯାତ୍ରୀମାନେ କେବଳ ସିଡ଼ିର ବ୍ୟବହାର କରିବେ।

eiffel tower-5

ଏଠାରେ ଥିବା ଲିଫ୍ଟକୁ ବନ୍ଦ କରିଦିଆଯାଇଛି। ଯିବା ଏବଂ ଆସିବା ରାସ୍ତା ମଧ୍ୟ ଅଲଗା ରଖାଯାଇଛି ଯାହା ଦ୍ୱାରା ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହୋଇପାରିବ। ଏକ ନିର୍ଦ୍ଦିଷ୍ଟ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀ ଏହାର ପରିଦର୍ଶନ କରିପାରିବେ। ଏଫିଲ୍ ଟାଓ୍ୱାରର ପ୍ରତି ଫ୍ଲୋରକୁ ସଫା କରାଯିବା ସହ ଇନଫେକ୍ସନକୁ ନେଇ ବିଭିନ୍ନ ସ୍ଥାନରେ ମାର୍କିଂ କରିବାର ବ୍ୟବସ୍ଥା ରହିଛି।

eiffel tower-0.4

ତେବେ ଏତେ ଦିନ ଧରି ଏଫିଲ୍ ଟାଓ୍ୱାର ବନ୍ଦ ରହିବା ଇତିହାସରେ ବହୁତ କମ। କାରଣ ଏହା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଁ ଏଫିଲ୍ ଟାଓ୍ୱାରକୁ ତିନି ମାସରୁ ଉର୍ଦ୍ଧ ସମୟ ପାଇଁ ବନ୍ଦ କରାଯାଇଥିଲା। ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ ଯାତ୍ରୀ ଏଠାକୁ ବୁଲିବାକୁ ଆସିଥାନ୍ତି।

Comment