ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଫେଲ ଯୁଦ୍ଧ ବିମାନ ଆଣିବାକୁ ଫ୍ରାନ୍ସ ଗଲେ ରାଜନାଥ ସିଂହ। ଦଶହରା ଅବସରରେ ପ୍ୟାରିସ୍‌ରେ କରିବେ ‘ଶସ୍ତ୍ର ପୂଜା’।

ବାୟୁସେନାର ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ଆଣିବାକୁ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି ଗସ୍ତରେ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ଏକ ବିଶେଷ ଉତ୍ସବରେ ଫ୍ରାନ୍ସଠାରୁ ରାଫେଲ ବିମାନ ଗ୍ରହଣ କରିବେ।

ଯେଉଁ ସମୟରେ ସାରା ଭାରତ ବର୍ଷରେ ଦଶହରା ପାଳନ ହେଉଥିବ ସେହି ସମୟରେ ରାଜନାଥ ସିଂହ ବାୟୁସେନାର ପ୍ରଥମ ରାଫେଲ ବିମାନ ଫ୍ରାନ୍ସଠାରୁ ଗ୍ରହଣ କରିବେ। ଏଥିସହିତ ଦସହରା ଅବସରରେ ବିଦେଶରେ ରାଫେଲର ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ।

ସୋମବାର ଫ୍ରାନ୍ସ ଗସ୍ତ କରିବା ସହ ରାଜନାଥ ମଙ୍ଗଳବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋଁଙ୍କୁ ସାକ୍ଷାତ କରିବେ। ଏହାପରେ ଫ୍ରାନ୍ସର ମେରିଗ୍ନିକ୍ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଫ୍ରାନ୍ସ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଥମ ରାଫେଲ୍ ବିମାନ ହସ୍ତାନ୍ତର କରିବ।

ଏହି ଉତ୍ସବରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମଧ୍ୟ ଯୋଗଦେବେ। ଏହାସହ ଏହି ଗସ୍ତରେ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ସୂଚନା ମିଳିଛି।

Comment