ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ଏଭଳି ଏକ ଦେଶ ସବୁବେଳେ ନୂଆ ନୂଆ ଉପାୟ ପ୍ରୟୋଗ କରି ବିଶ୍ୱବ୍ୟାପି ଚର୍ଚ୍ଚାରେ ରହିଥାଏ।  ପୁଣି ଏହି ଦେଶର ଇଞ୍ଜିନିୟରମାନେ ବିଶ୍ୱକୁ ଆଉ ଏକ ଉଦାହରଣ ଦେଖାଇଛନ୍ତି। ଏଭଳି ଏକ ବହୁତଳପ୍ରାସାଦ ବିଶିଷ୍ଟ କୋଠା ନିର୍ମାଣ କରିଛି ଯାହା ଲଟକି ରହିଥିବା ଦେଖାଯାଉଛି। ଏହି ଗଗନଚୁମ୍ବୀ ପ୍ରାସାଦକୁ ୪ଟି ବିଲ୍ଡିଂ ଉପରେ ନିର୍ମିତ କରାଯାଇଛି।

ଚୀନର ଏହି ପ୍ରୋଜେକ୍ଟର ନାଁ ରହିଛି ଚୋଙ୍ଗକିଙ୍ଗ। ଏହି ବିଲ୍ଡିଂର ଲମ୍ବା ୨୫୦ ମିଟର ହେବ। ବିଲ୍ଡିଂର ବିଶେଷତ୍ୱ ହେଉଛି ୧୪୦୦ଟି ଆପର୍ଟମେଣ୍ଟ ରହିଥିବାବେଳେ ଏଥିରେ ଗୋଟିଏ ଲଗଜୁରୀ ହୋଟେଲ ଏବଂ ୧.୬୦ ଲକ୍ଷ ବର୍ଗମିଟର ବିରାଟକାୟ ଅଫିସ ସ୍ପେସ୍ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ବିଲ୍ଡିଂର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନାହିଁ।

ବିଲ୍ଡିଂର ଡିଜାଇନ ଚୀନର ପାରମ୍ପରିକ ନୌକା ଭଳି ରଖାଯାଇଛି। ଏହି ବିଲ୍ଡିଂର ଉପରୁ ୟାଙ୍ଗଟଜି ଏବଂ ଜିୟାଲିଙ୍ଗ ନଦୀର ସଙ୍ଗମସ୍ଥଳ ଦେଖିହେବ। ବିଲ୍ଡିଂର ନାଁ ‘କ୍ରିଷ୍ଟଲ’ ରହିଛି। ନିର୍ମାଣ ପାଇଁ ୬ ବର୍ଷ ସମୟ ଲାଗଥିବାବେଳେ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Comment