ଓଡ଼ିଶାଲାଇଭ ବ୍ୟୁରୋ

ଲଦାଖର ରେଜାଙ୍ଗ ଲା ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମରେ ଫେଲ୍‌ ମାରିବା ପରେ ଚୀନର ଏବେ ନଜର ଅରୁଣାଚଳ ପ୍ରଦେଶ ସୀମାରେ ପଡ଼ିଛି। ଏନେଇ ଚୀନ ସେନା ଉପରେ ଭାରତୀୟ ସେନାଙ୍କ ସନ୍ଦେହ ବଢ଼ୁଛି। ଫଳରେ ଚୀନ୍ ସୀମାରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଗତିବିଧି ଉପରେ ଭାରତୀୟ ସେନା ନଜର ରଖିଛି।

ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶର ଆସଫିଲା, ଟୁଟିଂ, ଚାଙ୍ଗ ଜେ ଏବଂ ଫିସଟେଲ-୨ରେ ଚୀନ ସେନାର ଗତିବିଧି ପରିଲକ୍ଷିତ ହୋଇଛି। ଫଳରେ ସୀମାରେ ଭାରତୀୟ ସେନା ହାଇ ଆଲର୍ଟରେ ରହିଛି।BGU

ଚୀନ ସେନାର ସକ୍ରିୟତାକୁ ଦୃଷ୍ଟିରେ ସୀମାରେ ଭାରତ ମଧ୍ୟ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ଚୀନକୁ ଉଚିତ ଜବାବ ଦେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛ।

ଗତ କିଛି ଦିନ ହେବ ଚୀନ ସେନା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଠାରୁ କିଛି କିଲୋମିଟର ଅଞ୍ଚଳରେ ନିର୍ମିତ ରାସ୍ତାରେ ନିଜର କବ୍‌ଜା ବୃଦ୍ଧି କରିଆସୁଛି। ଯାହାକୁ ନେଇ ଦୁଇ ଦେଶ ଭିତରେ ଉତ୍ତେଜନା ଲାଗି ରହିଛି।

Comment