ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ଏକ ଶକ୍ତିଶାଳୀ ଦେଶ ହେଲା ଚୀନ। ଏହା ବିଶ୍ୱର ସର୍ବାଧିକ ଜନ-ବହୁଳ ଦେଶ। ଆପଣ ଶୁଣିଥିବେ ଚୀନ ନିଜକୁ ଡ୍ରାଗନ ବୋଲି କହିଥାଏ। ଏମିତିକି ଚୀନକୁ ଡ୍ରାଗନର ଦେଶ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି ଚୀନକୁ କାହିଁକି ଡ୍ରାଗନ ବୋଲି କୁହାଯାଏ?

ଏକ ରିପୋର୍ଟ ଅନୁସାରେ ପ୍ରାଚୀନ ଚୀନର ସମ୍ରାଟମାନେ ନିଜକୁ ଡ୍ରାଗନଙ୍କ ବଂଶଜ ବୋଲି ବିବେଚନା କରୁଥିଲେ। ଏବେ ମଧ୍ୟ ଚୀନର ଲୋକମାନେ ଏହାକୁ ବିଶ୍ୱାସ କରନ୍ତି।

କିମ୍ବଦନ୍ତୀ ଅନୁଯାୟୀ ପୂର୍ବରୁ ଚୀନ ଭାଗ ଭାଗ ହୋଇଥିଲା। ଚୀନର ଗଣଚିହ୍ନ ଭାଲୁ ଥିଲା। ରାଜା ହୁଆଙ୍ଗ ତ୍ୱି ଚୀନର ସବୁ ଅଂଶକୁ ଏକୀକରଣ କରିବାକୁ ଚେଷ୍ଟା କରିଥିଲେ। ମଧ୍ୟ ଚୀନର ରାଜା ଛିୟୁଙ୍କୁ ହରାଇ ସେ ମଧ୍ୟ ଚୀନକୁ ବିଜୟ କରିଥିଲେ। ମଧ୍ୟ ଚୀନକୁ ଜିତିବା ପରେ ସେ ଭାଲୁ ମୁଣ୍ଡ ଓ ସାପର ଶରୀରକୁ ମିଶାଇ ଏକ ନୂଆ ଚିହ୍ନ କରିଥିଲେ। ତାହା ଥିଲା ଡ୍ରାଗନ।

ଚୀନରେ ଡ୍ରାଗନ ଡ୍ୟାନ୍ସର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶରେ ଯେକୌଣସି ଉତ୍ସବ ହେଲେ ଲୋକମାନେ ଡ୍ରାଗନ ବେଶ ଧରି ଡ୍ୟାନ୍ସ କରିଥାନ୍ତି। ଚୀନ ଲୋକଙ୍କ ବିଶ୍ୱାସ ଯେ ଡ୍ରାଗନ ଶକ୍ତିଶାଳୀ। ସେ ଖୁସି ଓ ସଫଳତା ଆଣିଥାନ୍ତି।BGU

ସମୟ ସହିତ ଚୀନର ପ୍ରତୀକ ଡ୍ରାଗନରେ ଚିତ୍ରରେ ଅନେକ ପରିବର୍ତ୍ତନ ଆସିଛି। ଚୀନକୁ ଡ୍ରାଗନ କହିବା ପଛରେ ଆହୁରି ମଧ୍ୟ କିଛି କାହାଣୀ ରହିଛି। କିନ୍ତୁ ଏହାର ସତ୍ୟାସତ୍ୟ ବିଷୟରେ ଆଜିବି କାହାକୁ ଜଣାନାହିଁ।

Comment