ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲଦାଖ ଗସ୍ତ କରିଛନ୍ତି। ସେଠାରେ ରାଜନାଥ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେନା ପକ୍ଷରୁ ଆଗୁଆ ଘାଟିରେ ଟ୍ୟାଙ୍କ ଓ ହେଲିକପ୍ଟରରେ ଶକ୍ତି ପ୍ରଦର୍ଶନ କରାଯାଇଛି।CGU new

ପ୍ରତିକୂଳ ପରିସ୍ଥିତିରେ କିପରି ଶତ୍ରୁ ସହ ମୁକାବିଲା କରି ହେବ ସେନେଇ ଲଦାଖରେ ଯୁଦ୍ଧାଭ୍ୟାସ ମଧ୍ୟ ହୋଇଛି। ଏହି ଯୁଦ୍ଧାଭ୍ୟାସ ସମୟରେ ଚିଫ୍‌ ଅଫ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ଓ ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱାଣେ ଉପସ୍ଥିତ ଥିଲେ।

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ପରେ ରାଜନାଥ ସିଂଙ୍କର ଏହା ପ୍ରଥମ ଲଦାଖ ଗସ୍ତ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜେ ଲଦାଖ ଯାଇ ସ୍ଥିତି ସମୀକ୍ଷା କରିଥିଲେ।

Comment