ଓଡ଼ିଶାଲାଇଭ୍ ବ୍ୟୁରୋ

Rafaleଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଭାରତ ଆସିବ। ସେହିପରି ୨୦୨୨ ଏପ୍ରିଲ ସୁଦ୍ଧା ଦେଶକୁ ଆଉ ୧୭ଟି ରାଫେଲ ଆସିବ। ଏନେଇ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ସରଞ୍ଜାମ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମୋଦୀଙ୍କ ଆତ୍ମନିର୍ଭର ଭାରତ ଗଠନ ଦିଗରେ ବାହାର ସାମଗ୍ରୀର ବ୍ୟବହାର କମ୍ କରାଯାଇ ସ୍ୱଦେଶୀ ସାମଗ୍ରୀ ପ୍ରସ୍ତୁତ ପାଇଁ ସ୍ୱଦେଶୀ କମ୍ପାନିଗୁଡ଼ିକୁ ପ୍ରାଥମିକତା ଦିଆଯାଉଥିବା ରାଜନାଥ ସିଂ କହିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୨୦୨୦ ଜୁଲାଇ ୨୯ରେ ଭାରତକୁ ୫ଟି ରାଫେଲ ଜେଟ୍ ଆସିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ୪ରେ ୩ଟି ରାଫେଲ ଆସିଥିଲା।

ବାୟୁସେନା ଚିଫ ମାର୍ଶଲ ଆର.କେ.ଏସ୍ ଭଦୋରିଆଙ୍କ କହିବା ଅନୁସାରେ, ୨୦୨୩ ସୁଦ୍ଧା ସମସ୍ତ ୩୬ଟି ରାଫେଲ ଜେଟ୍ ଭାରତ ଆସିଯିବ। ଆଗାମୀ ଦିନରେ ଦେଶକୁ ଆସୁଥିବା ସମସ୍ତ ରାଫେଲ ଜେଟଗୁଡ଼ିକ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବହନ କରିବା ଦିଗରେ ସକ୍ଷମ ରହିଥିବା ଜଣାପଡ଼ିଛି।ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବା ପାଇଁ ପ୍ରାନ୍ସରୁ ମୋଟ୍ ୩୬ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ଭାରତ ଚୁକ୍ତି କରିଥିଲା। ଏହି ଚୁକ୍ତିକୁ ନେଇ ଦେଶରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଅନେକ ବିବାଦ ମଧ୍ୟ ଦେଖା ଦେଇଥିଲା। କିନ୍ତୁ ସବୁ ବାଦ ବିବାଦ ପରେ ୨୦୨୦ରେ ପ୍ରଥମେ ଭାରତ ବାୟୁସୀମାରେ ପ୍ରବେଶ କରିଥିଲା ରାଫେଲ।

Comment