ଓଡ଼ିଶାଲାଇଭ ବ୍ୟୁରୋ

ବିଭିନ୍ନ ପଶୁ ପକ୍ଷୀଙ୍କ ବିଷୟରେ ଜାଣିବା ଆପଣ ହୁଏତ ଅନେକ ଚିଡ଼ିଆଖାନା ଯାଇଥିବେ। ଆପଣ ସେଠାରେ ପିଞ୍ଜରା ଭିତରେ ପଶୁ ପକ୍ଷୀଙ୍କୁ ଦେଖିଥିବେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏକ ଏମିତି ଚିଡ଼ିଆଖାନା ଅଛି ଯେଉଁଠାରେ ପଶୁ ପକ୍ଷୀଙ୍କ ବଦଳରେ ମଣିଷ ପିଞ୍ଜରାରେ ରହି ସେମାନଙ୍କୁ ଦେଖିଥାଆନ୍ତି। ପଶୁ, ପକ୍ଷୀ କିନ୍ତୁ ବାହାରେ ବୁଲାବୁଲି କରିଥାଆନ୍ତି। ଏହା ଆପଣଙ୍କୁ ଶୁଣିବାକୁ ଟିକେ ଅଦ୍ଭୁତ ମନେ ହେଉଥିଲେ ବି ସତ।

ଚୀନର ଚୋଙ୍ଗକିଙ୍ଗ ସହରରେ ଏଭଳି ଏକ ଚିଡ଼ିଆ ଖାନା ରହିଛି। ଯାହାର ନାଁ ‘ଲେହ ଲଦୁ ଓ୍ୱାଇଲ୍ଡ୍‌ ଲାଇଫ୍ ଜୁ’। ୨୦୧୫ରେ ଏହି ଚିଡ଼ିଆଖାନା ଖୋଲା ଯାଇଥିଲା।  ଏଠାରେ ପର୍ଯ୍ୟଟକମାନେ ମଧ୍ୟ ହାତରେ ପଶୁମାନଙ୍କୁ ଖାଇବାକୁ ଦେଇପାରନ୍ତି।

ଏହି ଚିଡ଼ିଆଖାନାର ସୁରକ୍ଷା ସମ୍ବନ୍ଧରେ ପର୍ଯ୍ୟଟକମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଚିଡ଼ିଆଖାନାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କ୍ୟାମେରା ସାହାଯ୍ୟରେ ୨୪ ଘଣ୍ଟା ପାଇଁ ଚିଡ଼ିଆଖାନାରେ ନଜର ରଖାଯାଏ। ତେବେ ଏହି ଚିଡ଼ିଆଖାନାର ନିଆରା ଅନୁଭୂତି ନେବା ପାଇଁ ଏଠାକୁ ହଜାର ହଜାର ସଂଖ୍ୟାକ ପର୍ଯ୍ୟଟକଙ୍କ ଭଡ଼ ଲାଗେ।BGU

 

Comment