ଓଡ଼ିଶାଲାଇଭ୍ ବ୍ୟୁରୋNaveen-Modi

ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ପ୍ରଭାବଶାଳୀ ଭାରତୀୟ ଲୋକଙ୍କ ପଛରେ ଚୀନ ଗୁପ୍ତଚର ଲଗାଇଥିବାର ଏକ ଚାଞ୍ଚଲ୍ୟକର ଖବର ଆସୁଛି। ଉଭୟ ଦେଶ ମଧ୍ୟରେ ସୀମା ସମସ୍ୟାର ସମାଧାନ ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ଚୀନ ପକ୍ଷରୁ କିଛି ନେତା ଓ ବ୍ୟବସାୟୀଙ୍କ ବିଷୟରେ ନିରନ୍ତର ଖବର ସଂଗ୍ରହ କରାଯାଉଛି।

ସେନଜେନଠାରେ ଥିବା ଝେନହୁଆ ଡାଟା ଇନ୍‌ଫର୍ମେସନ ଟେକ୍ନୋଲୋଜି କମ୍ପାନି ଭାରତର ଦଶ ହଜାର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ବିରୋଧରେ ଗୁଇନ୍ଦା କାରବାର ଚଳାଇଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆହୁରି ଅନେକ ଲୋକଙ୍କ ନାମ ଅଛି।BGUକଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର, ମୁଖ୍ୟମନ୍ତ୍ରୀ ଯଥା ମମତା ବାନାର୍ଜୀ, ଅଶୋକ ଗେହ୍‌ଲଟ ଓ ଉଦ୍ଧବ ଥାକରେ, କେନ୍ଦ୍ର ମନ୍ତ୍ରୀ ଯଥା ରାଜନାଥ ସିଂହ, ରବି ଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ପୀୟୂଷ ଗୋୟଲ, ସ୍ଥଳସେନା ମୁଖ୍ୟ ବିପିନ ରାଓ୍ଵତ, ପ୍ରାୟ ୧୫ ଜଣ ପୂର୍ବତନ ସ୍ଥଳ, ବାୟୁ ଓ ନୌସେନା ମୁଖ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ ବୋବଡ଼େ ଓ ତାଙ୍କ ଭାଇ, ଲୋକପାଳ ଜଷ୍ଟିସ ପିସି ଘୋଷ, ସିଏଜି ଜିସି ମୁର୍ମୁ, ବିଶିଷ୍ଟ ଶିଳ୍ପପତି ରତନ ଟାଟା ଓ ଗୌତମ ଆଦାନୀ ମଧ୍ୟ ଏହି ତାଲିକାରେ ଅଛନ୍ତି।

ଖାଲି ସେତିକି ନୁହେଁ, ବଡ଼ ବଡ଼ ଆଇଏଏସ ଅଫିସର, ବୈଜ୍ଞାନିକ, ସାମ୍ବାଦିକ, ଖେଳ ସହିତ ଜଡ଼ିତ ବ୍ୟକ୍ତି ବିଶେଷ, ସାମାଜିକ କର୍ମୀ ଓ ଧାର୍ମିକ ନେତାଙ୍କୁ ମଧ୍ୟ ଚୀନ ଟାର୍ଗେଟ କରିଥିବା ଜଣାପଡ଼ିଛି। ଆହୁରି ମଧ୍ୟ ଆର୍ଥିକ ଅପରାଧରେ ଲିପ୍ତ ବ୍ୟକ୍ତି, ଆତଙ୍କବାଦୀ, ନାର୍କୋଟିକ୍ସ ଚୋରା ବେପାରୀଙ୍କ ପରି ବିଭିନ୍ନ ଲୋକଙ୍କ ସମ୍ପର୍କରେ ଏହି କମ୍ପାନି ଖବର ରଖୁଛି।ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଝେନହୁଆ ଡାଟା କମ୍ପାନୀ ଚୀନର ଗୁଇନ୍ଦା, ମିଲିଟାରୀ ଓ ସୁରକ୍ଷା ଏଜେନ୍ସି ସହିତ ମିଶି କାମ କରିଥାଏ।

Comment