ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମାଜନ ସିଇଓ ଜେଫ୍ ବେଜୋସ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି। ତାଙ୍କର ମୋଟ ସମ୍ପତିର ପରିମାଣ ହେଉଛି ୯.୬୫ ଲକ୍ଷ କୋଟି ଟଙ୍କା। ବେଜୋସ ଆମେରିକା ଛଡ଼ା ବିଶ୍ୱର ସବୁଠୁବଡ଼ ଦାନୀ ବ୍ୟକ୍ତି ମଧ୍ୟ ବନିଛନ୍ତି। ସେ ବର୍ଷକ ମଧ୍ୟରେ ଅର୍ଥାତ ୨୦୧୮ରେ ସମାଜର ଉନ୍ନତି କ୍ଷେତ୍ରରେ ୧୪ ହଜାର ୨୦୦ କୋଟି ଟଙ୍କା ଦାନ କରିସାରିଛନ୍ତି।

ଗତବର୍ଷ ଦାନ କରିଥିବା ୫୦ ଜଣ ଧନୀଙ୍କ ତାଲିକାରେ ବେଜୋସ ପ୍ରଥମ ସ୍ଥାନରେ ରହିଛନ୍ତି। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଏବଂ ତାଙ୍କ ପତ୍ନୀ ମିଲିଣ୍ଡା ଗେଟ୍‌ସ ରହି ତଳକୁ ଖସି ୧୨ତମ ସ୍ଥାନରେ ଅଛନ୍ତି। ସେ ୨୦୧୭ ବର୍ଷରେ ପ୍ରଥମ ସ୍ଥାନରେ ଥିଲେ। ୨୦୧୮ ମସିହାରେ ବିଲ୍ ଗେଟସ ୯୭୯.୮ କୋଟି ଦାନ କରିଥିଲେ। ୨୦୧୭ ମସିହା ତୁଳନାରେ ୯୭ ପ୍ରତିଶତ କମ୍ ରହିଛି। ୨୦୧୭ରେ ଏହି ଦମ୍ପତି ୩୩ ହଜାର ୯୩୮ କୋଟି ଟଙ୍କା ଦାନ କରିଥିଲେ।

ଫେସବୁକ ସିଇଓ ମାର୍କ ଜୁକରବର୍ଗ ଏବଂ ତାଙ୍କ ପତ୍ନୀ ପ୍ରିସିଲା ଚାନ ୨୦୧୮ରେ ୧ ହଜାର ୫୯୪ କୋଟି ଟଙ୍କା ଦାନ କରିଛନ୍ତି। ସବୁଠୁ ଅଧିକ ଟଙ୍କା ଦାନ ଦେବା ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ୨୦୧୭ ତୁଳନାରେ ଦାନ ପରିମାଣରେ ୮୯ ପ୍ରତିଶତ ହ୍ରାସ ପାଇଛି। ୨୦୧୭ ମସିହାରେ  ୧୪ ହଜାର ୨୦୦ କୋଟି ଟଙ୍କା ଦାନ କରିଥିଲେ।

ସବୁଠୁ ଅଧିକ ଦାନ କରିଥିବା ୫୦ ଜଣ ଧନୀଙ୍କ ମଧ୍ୟରେ ଜେଫ ବେଜୋସଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବ୍ଲୁମବର୍ଗର ମାଲିକ ମାଇକେଲ ବ୍ଲୁମବର୍ଗ। ୨୦୧୮ରେ ୫ ହଜାର ୪୪୫ କୋଟି ଟଙ୍କା ଦାନ କରିଛନ୍ତି।

ତାଲିକାରେ ସାମିଲ ଥିବା ୫୦ ଜଣ ଧନୀ ୨୦୧୮ ବର୍ଷ ମୋଟ୍ ୫୫ ହଜାର ୩୮୦ କୋଟି ଟଙ୍କା ଦାନ କରିଛନ୍ତି। ୨୦୧୭ ବର୍ଷ ତୁଳନାରେ ପାଖାପାଖି ଅଧା ରହିଛି। ୨୦୧୭ରେ ୫୦ ଜଣ ଧନୀ ୧.୦୪ ଲକ୍ଷ କୋଟି ଟଙ୍କା ଦାନ କରିଥିଲେ।

Comment