ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମାରେ ନଜର ଆସିଥିବା କେତେକ ନାୟକ- ନାୟିକା ଯୋଡ଼ି ଖୁବ୍ ଚର୍ଚ୍ଚାରେ ରହିଥିଲେ। ଆସନ୍ତୁ ସେହି ଯୋଡ଼ିଙ୍କ ଉପରେ ନଜର ପକାଇବା।

ବାବୁସାନ୍ – ଦିବ୍ୟା

ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ସହ ନବାଗତା ଦିବ୍ୟାଙ୍କ ଯୋଡ଼ି ଖୁବ୍ ଜମିଯାଇଥିଲା। ରଜ ଅବସରରେ ରିଲିଜ୍ ହୋଇଥିବା ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ରେ ବାବୁସାନ୍- ଦିବ୍ୟାଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇଥିଲେ। ବାବୁସାନ ଓ ଦିବ୍ୟା ନଟିନେସ୍ ଓ ମଜାଦାର ଅଭିନୟ ଲାଗି ଚର୍ଚ୍ଚାରେ ରହିଥିଲେ।

ସମ୍ବିତ୍ – ସସ୍ମିତା

ଓଡ଼ିଆ ସିନେମା ‘ହାପିଲକି’ରେ ଦର୍ଶକ ଭେଟିଥିଲେ ଦୁଇଟି ଯୋଡ଼ିଙ୍କୁ। ଏଥିମଧ୍ୟରୁ ଗୋଟିଏ ଯୋଡ଼ି ହେଲେ ସମ୍ବିତ- ସସ୍ମିତା। ଏହି ଯୋଡ଼ି ଉପରେ ପିକଚରାଇଜ୍ ହୋଇଥିଲା ଏକ ଗୀତ ଓଷଦ ନେଇଆ ବାଇଆ। ଏହି ଗୀତ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ ସମ୍ବିତ- ସସ୍ମିତା।

ଜ୍ୟୋତି – ଝିଲିକ

ଗତବର୍ଷ ଭଳି ଏ ବର୍ଷ ବି ଜ୍ୟୋତି- ଝିଲିକଙ୍କ ଯୋଡ଼ି ଖୁବ୍ ଚର୍ଚ୍ଚାରେ ଥିଲେ। ଏହି ଯୋଡ଼ିକୁ ୨୦୧୮ରେ ଦୁଇଟି ସିନେମାରେ ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ‘ଓଲେ ଓଲେ ଦିଲ୍ ବୋଲେ’ରେ ଦର୍ଶକ ପସନ୍ଦ କରିଥିଲେ ଏହି ନାୟକ-ନାୟିକାଙ୍କ ଯୋଡ଼ିକୁ। ଅନ୍ୟ ଫିଲ୍ମ ‘ଲଭ ଅଲଗା ପ୍ରକାର’ ଅବଶ୍ୟ ସେତେଟା ସଫଳତା ପାଇନଥିଲା।

ଅନୁଭବ – ତମନ୍ନା ଓ ଅନୁଭବ – ଶିବାନୀ

୨୦୧୮ର ଅନ୍ୟ ଚର୍ଚ୍ଚିତ ଯୋଡ଼ି ହେଲେ ଅନୁଭବ- ତମନ୍ନା ଓ ଅନୁଭବ- ଶିବାନୀ। ଅନୁଭବଙ୍କ ବିପକ୍ଷରେ ତମନ୍ନା ଓ ଶିବାନୀ ପ୍ରଥମ ଥର ପାଇଁ ନଜର ଆସିଥିଲେ ‘ପ୍ରେମ କୁମାର’ରେ। ଦର୍ଶକ ଉଭୟ ଅନୁଭବ-ତମନ୍ନା ଏବଂ ଅନୁଭବ- ଶିବାନୀଙ୍କୁ ପସନ୍ଦ କରିଥିଲେ। ଏହି କାରଣରୁ ଏହି ଯୋଡ଼ି ଚର୍ଚ୍ଚାରେ ରହିଥିଲେ।

ବାବୁସାନ୍ – ସନମୀରା

ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ସହିତ ୨୦୧୮ରେ ପ୍ରଥମ ଥର ପାଇଁ ଟିନ୍ ସେନ୍ସେସନ୍ ସନମୀରାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଲୋକାଲ୍ ଟୋକା ଲଭ୍ ଚୋକା’ରେ ବାବୁସାନ୍- ସନମୀରାଙ୍କ ଯୋଡ଼ି ନଜର ଆସିଥିଲା । ଏହି ଫିଲ୍ମ ପାଇଁ ବାବୁସାନ୍-ସନମୀରାଙ୍କ ଯୋଡ଼ି ଚର୍ଚ୍ଚାରେ ରହିଥିଲେ।

ଅରିନ୍ଦମ୍ – ଏଲିନା

୨୦୧୫ରେ ଏଲିନା ଡେବ୍ୟୁ କରିଥିଲେ ‘ଇଶ୍କ ତୁ ହି ତୁ’ରେ। ଏହି ଫିଲ୍ମରେ ଏଲିନାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ୍। ଅରିନ୍ଦମ୍- ଏଲିନା ଯୋଡ଼ିକୁ ଦର୍ଶକ ଆଉ ଥରେ ପୁଣି ପରଦା ଉପରେ ଦେଖିବେ, ଏ ବିଶ୍ୱାସ ନଥିଲା। କାରଣ ‘ଈଶ୍କ ତୁ ହି ତୁ’ ପରେ ଉଭୟଙ୍କ ଭିତରେ ମନାନ୍ତର ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ତେବେ ସେ ଯାହା ହେଉନା କାହିଁକି ଅରିନ୍ଦମ ଓ ଏଲିନା ପୁଣି ଏକାଠି ଆସିଲେ ୨୦୧୮ର ଅନ୍ୟତମ ଲୋକପ୍ରିୟ ସିନେମା ‘ଇଶ୍କ ପୁଣି ଥରେ’ରେ। ଏହି କାରଣରୁ ଏହି ଯୋଡ଼ି ୨୦୧୮ରେ ଚର୍ଚ୍ଚାରେ ରହିଥିଲେ।

ଆର୍ଯ୍ୟନ୍ ଦାଶ କୁମାର – ନିକିତା

ଶ୍ରୀଧର ମାର୍ଥାଙ୍କ ଫିଲ୍ମ ‘ଯୋଗୀ’ରେ ଦର୍ଶକ ଏକ ନୂଆ ଯୋଡ଼ିକୁ ଭେଟିଥିଲେ। ଏହି ଯୋଡ଼ି ହେଲେ ଆର୍ଯ୍ୟନ ଦାଶ କୁମାର ଓ ନିକିତା। ଏହି ଯୋଡ଼ିକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା। ଏହି ଯୋଡ଼ି ବି ବେଶ୍ ଲୋକପ୍ରିୟତା ସାଉଁଟି ଥିଲେ।

ସବ୍ୟସାଚୀ – ଏଲିନା

୨୦୧୮ରେ ପ୍ରଥମ ଥର ପାଇଁ ପରଦାରେ ସୋବର ବୟ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ଏଲିନା। ତେବେ ସବ୍ୟସାଚୀ- ଏଲିନାଙ୍କ ଯୋଡ଼ି ଏ ବର୍ଷ ଚର୍ଚ୍ଚାରେ ରହିଥିଲେ। ଏହି ଯୋଡ଼ି ୨୦୧୮ ଗୋଟିଏ ନୁହେଁ, ବରଂ ଦୁଇ ଦୁଇଟି ଓଡ଼ିଆ ସିନେମାରେ ଅଭିନୟ କରିଥିଲେ। ଏହି ଦୁଇଟି ସିନେମା ହେଲା ‘ଫୋର୍ ଇଡିଅଟ୍ସ’ ଏବଂ ‘ଟୋକାଟା ଫସିଗଲା’। ଦୁଇଟି ଯାକ ଫିଲ୍ମ ଭଲ ଚାଲିନଥିଲେ ବି ସବ୍ୟସାଚୀ-ଏଲିନାଙ୍କ ଯୋଡ଼ି ଚର୍ଚ୍ଚିତ ହୋଇଥିଲା। ଖାଲି ସେତିକି ନୁହେଁ ଏହି ଯୋଡ଼ି ପୁଣି ଏକ ନୂଆ ସିନେମା ‘ମାଲ୍ ମହୁ ଜୀବନ ମାଟି, ଭାଗ୍ୟର ନାହିଁ ଗ୍ୟାରେଣ୍ଟି’ ଆସୁଅଛି।

ବାବୁସାନ୍ – ଭୂମିକା

୨୦୧୭ରେ ବାବୁସାନ୍- ଭୂମିକାଙ୍କ ଯୋଡ଼ି ‘ହିରୋ ନଂ-୧’ରେ ନଜର ଆସିଥିଲେ। ୨୦୧୮ରେ ପୁଣି ଏହି ଯୋଡ଼ିକୁ ‘ଶ୍ରୀମାନ ସୁରଦାସ’ରେ ଦର୍ଶକ ଦେଖିବାକୁ ପାଇଥିଲେ। ଫିଲ୍ମରେ ବାବୁସାନ୍ ଜଣେ ଦୃଷ୍ଟିହୀନ ଦିବ୍ୟାଙ୍ଗ ଭୂମିକା ନିଭାଇଥିବା ବେଳେ ତାଙ୍କ ପ୍ରେମିକା ଭୂମିକାରେ ନଜର ଆସିଥିଲେ ଟିନ୍ ଏଜର ହିରୋଇନ୍ ଭୂମିକା ଦାଶ। ‘ଶ୍ରୀମାନ ସୁରଦାସ’ ପାଇଁ ବାବୁସାନ- ଭୂମିକା ଯୋଡ଼ି କିଛି କମ୍ ଚର୍ଚ୍ଚାରେ ନଥିଲେ।

Comment