ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡରେ ୨୦୧୮ରେ କିଛି ନବାଗତା ନାୟିକା ବେଶ୍ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

ସସ୍ମିତା

୨୦୧୮ର ପ୍ରଥମ ନବାଗତା ନାୟିକା ହେଲେ ସସ୍ମିତା। ସେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ‘କିଏ ହବ ମୋ ହିରୋଇନ୍’ ରିଆଲିଟି ସୋ’ରେ ବିଜୟିନୀ ହୋଇଥିଲେ। ପରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ସସ୍ମିତାଙ୍କୁ ଲଞ୍ଚ କରିଥିଲେ ଫିଲ୍ମ ‘ହାପିଲକି’ରେ। ଏଥିରେ ସମ୍ବିତଙ୍କ ବିପକ୍ଷରେ ନାୟିକା ବନିଥିଲେ ସସ୍ମିତା।

ଦିବ୍ୟା

ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ସିନେମାରେ ଜଣେ ନବାଗତାଙ୍କର ଏଣ୍ଟ୍ରି ହୋଇଥିଲା। ଏହି ନବାଗତାଙ୍କ ନାମ ହେଲେ ଦିବ୍ୟା। ସେ ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ। ଦିବ୍ୟା ବେଶ୍ ପ୍ରଭାବଶାଳୀ ଅଭିନୟ ବି କରିଥିଲେ। ୨୦୧୮ରେ ସେ ଅନ୍ୟ ଏକ ସିନେମା ‘ଫିଲ୍ ମାଇଁ ଦିଲ୍’ର ନାୟିକା ଭୂମିକା କରିବାକୁ ବି ଚୁକ୍ତିବଦ୍ଧ ହୋଇଥିଲେ।

ନିକିତା

୨୦୧୮ର ଅନ୍ୟତମ ଚର୍ଚ୍ଚିତା ନବାଗତା ହେଲେ ନିକିତା ମିଶ୍ର। ସେ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ସିନେମା ‘ଯୋଗୀ’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ନିକିତାଙ୍କ ବିପକ୍ଷରେ ନାୟକ ବନିଥିଲେ ନବାଗତ ଆର୍ଯ୍ୟନ ଦାଶ କୁମାର।

ସୋନାଲି

ଏ ବର୍ଷର ପ୍ରଶଂସିତ ସିନେମା ‘ମନର ମାନସୀ’ରେ ଦର୍ଶକ ଜଣେ ନୂଆ ନାୟିକାଙ୍କୁ ପରଦା ଉପରେ ଦେଖିଛନ୍ତି। ଏହି ନବାଗତା ଜଣକ ହେଲେ ସୋନାଲି। ଫିଲ୍ମରେ ସୋନାଲି ନବାଗତ ବିଭାସଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି।

ଶ୍ରେୟା

ଏସ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ରେ ଦର୍ଶକ ଦେଖିବାକୁ ପାଇଛନ୍ତି ଜଣେ ନବାଗତା ନାୟିକାଙ୍କୁ। ଏହି ନବାଗତାଙ୍କ ନାଆଁ ହେଲା ଶ୍ରେୟା। ସେ ଏହି ସିନେମାରେ ନାୟକ ଜ୍ୟୋତିରଞ୍ଜନଙ୍କ ବିପକ୍ଷରେ ନଜର ଆସିଛନ୍ତି।

ଅନ୍ୱେଷା

ଟି ଗଣେଶଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ହତ୍ୟା’ରେ ଜଣେ ନବାଗତା ଅନ୍ୱେଷାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଏଥିରେ ଅର୍ପଣଙ୍କ ବିପକ୍ଷରେ ନଜର ଆସିଥିଲେ।

ସାଦ୍‌ଭି ସିଂହ

ଆକ୍ସନ୍ ଫିଲ୍ମ ‘ଅଜାତ ଶତ୍ରୁ’ରେ ନଜର ଆସିଥିଲେ ଜଣେ ନବାଗତା ନାୟିକା, ଯାହାଙ୍କ ନାମ ‘ସାଦ୍‌ଭି ସିଂହ’। ସେ ଏଥିରେ ନବାଗତ ନାୟକ ସୋହମ୍ ସିଂହଙ୍କ ବିପକ୍ଷରେ ଅଭିନୟ କରିଥିଲେ।

Comment