ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଫିଲ୍ମ ଜଗତରେ ଜଣେ ଜଣାଶୁଣା ଓ ସଫଳ ଅଭିନେତ୍ରୀ ହେଲେ ଦିବ୍ୟା। ଫିଲ୍ମରେ ତାଙ୍କ ଲୁକ୍‌ ଓ ଅଭିନୟ ପାଇଁ ଦର୍ଶକ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି। ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ ଏବେ ଦିବ୍ୟା ଓ୍ୱେବ ସିରିଜ୍‌ ଚୁମ୍ବକ ପାଇଁ ଚର୍ଚ୍ଚାରେ ଅଛନ୍ତି।

ଏଥିରେ ତାଙ୍କ ସହ ତମନ୍ନା, ଆର୍ଯ୍ୟନ୍ ଏବଂ ସାନୁ ମୁଖ୍ୟ ଭୂମିକାରେ ଅଛନ୍ତି। ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ଓ୍ୱେବ୍‌ ସିରିଜ ନିର୍ମାଣ ହୋଇଛି। ଏଥିରେ ଦିବ୍ୟାଙ୍କ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ ଓ କମାଲ ଅଭିନୟ ଦେଖିବାକୁ ପାଇଛନ୍ତି ଦର୍ଶକ।

ପୂର୍ବରୁ ଦିବ୍ୟାଙ୍କୁ ଦର୍ଶକ ଚାରିଟି ଓଡ଼ିଆ ସିନେମାରେ ଦେଖିଥିଲେ। ସେହି ଫିଲ୍ମକୁଡ଼ିକ ହେଉଛି ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ତୁ କହିଦେ ଆଇ ଲଭ ୟୁ’, ‘ବାଳ –ଦ ରିଦିମ୍ ଅଫ୍ ଲାଇଫ୍’ ଏବଂ ‘ମିଷ୍ଟର ମଜନୁ’। ଏହିସବୁ ଫିଲ୍ମରେ ଦିବ୍ୟାଙ୍କୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ।

Comment