ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ନା କୌଣସି ଘଟଣାକୁ ନେଇ ଚର୍ଚ୍ଚାରେ ଥାଆନ୍ତି ଷ୍ଟାର କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତି। କେତେବେଳେ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଅନୁଭବ ମହାନ୍ତି ବିବାଦ ଘେରକୁ ଆସିଛନ୍ତି ତ ଆଉ କେତେବେଳେ ସ୍ଵାମୀଙ୍କ ବିରୋଧରେ ଥାନାଠାରୁ କୋର୍ଟ ପର୍ଯ୍ୟନ୍ତ ଦ୍ଵାରସ୍ଥ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା। କାରଣ ଜାତିଆଣ ମାମଲାକୁ ନେଇ ତାଙ୍କୁ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି। ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ୍ ନିକଟରେ ହାଜର ହେବା ଲାଗି ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ତରୀଣ ସୁରକ୍ଷା ସହିତ ଦିଲ୍ଲୀରେ ହାଜର ହେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀଙ୍କୁ ବର୍ଷା ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ହାଜର ହେବା ପାଇଁ ବର୍ଷାଙ୍କ ନିକଟକୁ ଦୁଇ ଦୁଇ ଥର ନୋଟିସ୍ ପଠାଇଥିଲା ଦିଲ୍ଲୀ ପୋଲିସ। ନୋଟିସ୍ ସତ୍ତ୍ଵେ ହାଜର ହୋଇନଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଥାନାରେ ହାଜର ହେବା ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଏବେ ଦିଲ୍ଲୀ ପୋଲିସ୍ ନିକଟରେ ୧୫ ଦିନ ମଧ୍ୟରେ ହାଜର ହେବା ଲାଗି ବର୍ଷାଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Tags: #OdiaActress #Ollywood #BarshaPriyadarshini #Controversy #AnubhabMohanty

Comment