ଓଡ଼ିଶାଲାଇଭ୍ ବ୍ୟୁରୋ

“କୋଲକାତାରେ ଥିଏଟର ଅଭିନୟ କରିବାବେଳେ ମୋ ସହ-କଳାକାର ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତିନି ବର୍ଷ ଡେଟ୍ କରିବା ପରେ ଆମେ ବିବାହ କରିଥିଲୁ। କିନ୍ତୁ ଆମ ବାହାଘର କ୍ଲିକ୍ କଲାନି। ବୋଧହୁଏ ମୋ ବାପା ବଞ୍ଚିନଥିଲେ ବୋଲି ମୋତେ ଦିଗଦର୍ଶନ ମିଳିପାରିନଥିଲା କାରଣ ସେ ବଞ୍ଚିଥିଲେ ମୋ ବିବାହକୁ ମନା କରିଦେଇଥାଆନ୍ତେ” କହନ୍ତି ଅଭିନେତ୍ରୀ ଉଶଷୀ ମିଶ୍ର।

ସେ ଆହୁରୀ ମଧ୍ୟ କହନ୍ତି, “ମୋ ଭଳିଆ ବ୍ୟକ୍ତିତ୍ଵ ବାହା ନହେବା ଟା ଠିକ୍। ମୋ ଜୀବନର ଗୋଟେ ଲକ୍ଷ୍ୟ ଅଛି, ସେ ଲକ୍ଷ୍ୟ ଯେପର୍ଯ୍ୟନ୍ତ ପୂରଣ ନହୋଇଛି ମୁଁ କାମ କରିଚାଲେ। ଆଉ ସେହି କର୍ମଜୀବୀ ଗୁଣ ଯୋଗୁଁ ମୋ ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପଡ଼ିଲା।”

ନୂଆ ନୂଆ ବିବାହ ପରେ ପରିବାରକୁ ଅଧିକ ସମୟ ନଦେବାରୁ ବିବାହ ଅଧିକ ଦିନ ଯାଏ ତିଷ୍ଟି ନଥିଲା, କହନ୍ତି ଉଷଶୀ। ଉଷଶୀ ଏବଂ ତାଙ୍କ ସ୍ଵାମୀ ଉଭୟ କଳାକାର ଥିଲେ, ତେଣୁ କାମ ପାଇଁ ପରସ୍ପରକୁ ସେମାନେ ସମୟ ଦେଉନଥିଲେ। ପରିସ୍ଥିତି ଏତେ ଖରାପ ହେଲା ଯେ ଉଷଶୀ ନିଷ୍ପତ୍ତି ନେଲେ ମାରପିଟ୍ ଉପକୁ କଥା ଆସିବା ପୂର୍ବରୁ ଉଭୟେ ଅଲଗା ହେଇଯିବା ଉଚିତ୍।

“ବିବାହକୁ ଆଉ ଥରେ ସୁଯୋଗ ଦେବାକୁ ଚାହିଁ ଆମେ ଦୁହେଁ ସମ୍ପର୍କରେ ବ୍ରେକ୍ ଦେବାକୁ ଚାହିଁଲୁ। କିଛି ଦିନର ବ୍ରେକ୍ ପରେ ପୁଣି ଥରେ ଭଲପାଇବା ଫେରିବ ବୋଲି ଭାବିଥିଲୁ, କିନ୍ତୁ ସେ ବ୍ରେକ୍ ୧୦ ବର୍ଷର ବ୍ରେକ୍ ହୋଇଗଲା। ସେ ସମ୍ପର୍କ ଆଉ ଫେରିଲା ନାହିଁ। ଏଇ କିଛି ଦିନ ହେବ ଛାଡ଼ପତ୍ର ନେଇଛି। ଏ ନିଷ୍ପତ୍ତି ଆମ ଦୁଇ ଜଣଙ୍କ ସହମତିରେ ନିଆଯାଇଥିଲା”, କହନ୍ତି ଉଷଶୀ ମିଶ୍ର।

ଓଲିଉଡର ଜଣାଶୁଣା ଅଭିନେତ୍ରୀ ଉଷଶୀ ମିଶ୍ର। ଧର୍ମର ହେବ ଜୟ, ଧର୍ମ ନିକିତି, ରହିଛି ରହିବି ତୋରି ପାଇଁ ଭଳି ସୁପରହିଟ୍ ଫିଲ୍ମ ସହ ଅନେକ ଯାତ୍ରା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଦିନ ଥିଲା ଲୋକ କହୁଥିଲେ ସେ ହିରୋଇନ ହୋଇପାରିବେନି, ତାଙ୍କ ଭିତରେ ସେ କ୍ୱାଲିଟି ନାହିଁ। କିନ୍ତୁ ଏକଥାକୁ ଚାଲେଞ୍ଜର ସହ ନେଇ ଆଗକୁ ବଢ଼ିଥିଲେ ଉଷଶୀ। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ଅଭିନେତ୍ରୀ ଉଷଶୀଙ୍କ ଜୀବନ କାହାଣୀ।

Tags: #UsasiMishra #OllywoodActress #Marriage #Divorce #Odisha

Comment