ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାନ୍‌ସରକୁ ଜିଣିଥିବା ରାଜେଶ୍ଵରୀଙ୍କ ସଂଘର୍ଷମୟ କାହାଣୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରୟାସ।

ଓଡ଼ିଆ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କର ଆଜି ଜନ୍ମ ଦିନ। ସେ ନିଜର ଜନ୍ମଦିନ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ପାଳନ କରିଛନ୍ତି।

ଓଡ଼ିଆ ଟେଲି ଜଗତରେ ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ। ଗାଁଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିୟଲ୍ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ। ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ହସାଉଥିଲେ ତ ଆଉ କେତେବେଳେ କନ୍ଦାଉଥିଲେ ଏହି ଅଭିନେତ୍ରୀ ଜଣକ।

ଲୋକପ୍ରିୟ ସିରିୟଲ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇଥିଲେ ଏହି ଅଭିନେତ୍ରୀ। ‘ତୋ ପାଇଁ ମୁଁ’ ସିରିୟଲ୍‌ରେ ତାରା ପଟ୍ଟନାୟକ ଚରିତ୍ରରେ ଅଭିନୟ କରି ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ।

ସେ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ  ପ୍ରବେଶ କରିଥିଲେ ମଧ୍ୟ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି। ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳେ। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଚଚ୍ଚିତ୍ରରେ ବି ସେ ନଜର ଆସିଛନ୍ତି। ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’।

ଗତବର୍ଷ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ ଯେ ସେ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ବର୍ତ୍ତମାନ ସେ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଅଛନ୍ତି। ସେ କ୍ୟାନ୍‌ସର ସହ ଲଢ଼ି ନୂଆ ଜୀବନ ପାଇଛନ୍ତି। କ୍ୟାନ୍‌ସରର ଚତୁର୍ଥ ପର୍ଯ୍ୟାୟରେ ଥାଇ ବି ହାର ମାନି ନାହାନ୍ତି ସେ। ନିଜ ପାଇଁ ନ ହେଲେ ବି ନିଜ ପରିବାର ପାଇଁ ସେ ନିଜକୁ ଦୃଢ଼ କରିଛନ୍ତି।

କ୍ୟାନ୍‌ସରକୁ ଜାଣନ୍ତୁ ଓ ଜିଣନ୍ତୁ।

ଅଧିକ ପଢ଼ନ୍ତୁ-

ମୃତ୍ୟୁର ପାହାଚରେ ଜୀବନ … କ୍ୟାନ୍ସରକୁ ଜିତିଥିବା ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ କାହାଣୀ

Comment