ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଓଲିଉଡ ଅଭିନେତ୍ରୀ ସୋଫିଆ ଆଲମଙ୍କ ଜୀବନ କାହାଣୀ।…

ସେ ତାଙ୍କ ନିଜ ନାଁ ଅପେକ୍ଷା ରିଲ୍‌ ନାଁରେ ବେଶୀ ପରିଚିତ। ପ୍ରାୟ ୨୨ ବର୍ଷ ହେବ ଅଭିନୟରେ ସେ ସକ୍ରିୟ। ଫିଲ୍ମ, ଟେଲି ଧାରାବାହିକ, ମଞ୍ଚ ନାଟକ ସବୁଠି ସେ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି। ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ସୋଫିଆ ଆଲମ।

୨୦୦୧ ମସିହାରେ ଓଡ଼ିଆ ନିର୍ଦ୍ଦେଶକ ସୁବ୍ରତ ନାୟକ ସୋଫିଆଙ୍କ ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ ‘ବିଧାତାର ଖେଳ’ରେ ଅଭିନୟ କରିଥିଲେ। ନିକଟରେ ମଞ୍ଚ ନାଟକ ‘ଆହେ ନୀଳ ଶଇଳ’ରେ ସେ ମହାରାଣୀ ଭୂମିକାରେ ନଜର ଆସିଥିଲେ। ଏହି ଭୂମିକାରେ ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ବେଶ୍‌ ଆତ୍କୃଷ୍ଟ କରିଥିଲା।

‘ବିଧାତାର ଖେଳ’ରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସୋଫିଆ ପରବର୍ତ୍ତୀ ସମୟରେ ‘ଦୁହିତା’, ‘ମହାଯଜ୍ଞ’ ଭଳି ଲୋକପ୍ରିୟ ଧାରାବାହିକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିସହିତ ସେ ‘ଭାଗ୍ୟ ବିଧାତା’, ‘ଗାୟତ୍ରୀ’, ‘ସଂସ୍କାର’ ଭଳି ଧାରାବାହିକରେ ଚରିତ୍ର ଅଭିନେତ୍ରୀ ଭାବରେ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା।

ରିଅଲ ନାଁ ସୋଫିଆ ବଦଳରେ ରିଲ୍‌ ନାଁ ବର୍ଷା, ଆପୁ ଆଦି ନାଁରେ ଓଡ଼ିଶାର ଘରେ ଘରେ ସେ ବେଶ୍‌ ପରିଚିତି ହାସଲ କରିଛନ୍ତି। ଏମିତିକି ତାଙ୍କୁ କେହି କେହି କାନ୍ଦୁରି ନାନୀ ବୋଲି ମଧ୍ୟ ଡାକୁଥିଲେ।

ମେଗା ଧାରାବାହିକରେ ବେଶ୍‌ ସଫଳତା ସାଉଣ୍ଟିବା ପରେ ୨୦୦୯ ମସିହାରେ ସେ ଓଡ଼ିଆ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ହେଲା ‘ଡ୍ରିମ୍ ଗାର୍ଲ’ । ପରେ ‘ସେ ସୁନା ଚଢ଼େଇ ମୋ ରୂପା ଚଢ଼େଇ’, ‘ଏସିପି ରଣବୀର’, ‘ଗଞ୍ଜା ଲଢ଼େଇ’, ‘ପ୍ରେମ ସବୁଠୁ ବଳବାନ’, ‘ଆଶିକ୍’ ଭଳି ଫିଲ୍ମରେ ଅଭିନୟ କରିଛନ୍ତିା

ସୋଫିଆଙ୍କ ବାପା ସିକନ୍ଦର ଆଲମ ଓଡ଼ିଶାର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ତାଙ୍କ ମା’ ନାଇମା ଆଲାମ ଜଣେ ସୁଗାୟିକା ଓ ତାଙ୍କ ସାନ ଭଉଣୀ ନାଜିଆ ଆଲାମ ମଧ୍ୟ ଜଣେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ। ମାତ୍ର ସୋଫିଆ ସଙ୍ଗୀତ ଦୁନିଆକୁ ନଯାଇ ଅଭିନୟରେ ନିଜର କ୍ୟାରିୟର କରିଥିଲେ। ବିବାହ ପରେ ବହୁ ଦିନର ବ୍ୟବଧାନ ନେଇ ସେ ପୁଣି କ୍ୟାରିୟରକୁ ଫେରିଛନ୍ତି। ନିକଟରେ ଓଡ଼ିଆ ଧାରାବାହିକ ‘ରହିଛି ରହିବି ତୋ’ରି ପାଇଁ’ ସୋଫିଆଙ୍କ ଦେଖିବାକୁ ମିଳିଥିଲା।

Comment