ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମର ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନ୍ତରା ଓ ଅଙ୍କିତା (ନନ୍ଦୀ ସିଷ୍ଟର) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ‘ଆହେ ନୀଳ ଶଇଳ’ ଗାଇ ସୋସିଆଲ ମିଡିଆରେ ଚହଳ ପକାଇଛନ୍ତି। ରଥଯାତ୍ରା ଅବସରରେ ଏକ ନଈକୂଳରେ ଛିଡ଼ା ହୋଇ ସେମାନେ ଏହି ଗୀତ ଗାଇଛନ୍ତି। ତାଙ୍କ ସଙ୍ଗୀତ ପରିବେଷଣ ଶୈଳୀ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ବିଶେଷକରି ଓଡ଼ିଆ ଦର୍ଶକ ଏହି ଗୀତକୁ ବେଶ୍‌ ପସନ୍ଦ କରିଛନ୍ତି।

‘ଆହେ ନୀଳ ଶଇଳ’ ଓଡ଼ିଶାର ଏକ ବହୁ ଲୋକପ୍ରିୟ ଭକ୍ତି ସଙ୍ଗୀତ। ଭଜନ ସମ୍ରାଟ ଭିକାରି ବଳ ଏହି ଗୀତକୁ ଗାଇଥିଲେ। ଏହି ଭଜନ ପ୍ରତିଟି ଓଡ଼ିଆଙ୍କ ହୃଦୟ ସହିତ ଜଡ଼ିତ।

ନନ୍ଦୀ ସିଷ୍ଟରଙ୍କ ଏହି ପ୍ରଦର୍ଶନ ସେମାନଙ୍କ ‘ବାଲକୋନି କନସର୍ଟ’  ସିରିଜର ଏକ ଅଂଶ ଥିଲା। ଲକ୍‌ଡାଉନ ସମୟରେ ସଙ୍ଗୀତ ପ୍ରେମୀଙ୍କ ମନୋରଞ୍ଜନ ପାଇଁ ପାଇଁ ସେମାନେ ଏହି ସିରିଜର ଆରମ୍ଭ କରିଥିଲେ। ଏହି ସିରିଜରେ ସେମାନେ ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି। ପୂର୍ବରୁ ସମ୍ବଲପୁରୀ ଗାତ ଗାଇ ଦୁଇ ଭଉଣୀ ବେଶ ପ୍ରଶଂସିତ ହୋଇଥିଲେ।

ଗୀତ ଅପଲୋଡ କରିବା ସହିତ ଦୁଇ ଭଉଣୀ ଅନ୍ତରା, ଅଙ୍କିତା କହିଛନ୍ତି, ‘‘ଓଡ଼ିଆ ଆମର ମାତୃଭାଷା ନୁହେଁ। କିନ୍ତୁ ଆଶା କରୁଛି ଯେ ଆପଣମାନେ ଆମର କିଛି ବି ଭୁଲକୁ କ୍ଷମା କରିବେ, ଆଉ ଆମର ଗୀତକୁ ଶୁଣି ଆନନ୍ଦିତ ହେବେ’’।

Comment