ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂରାଜୀ ନବବର୍ଷ ଉପଲକ୍ଷେ ‘ଓଡ଼ିଶାଲାଇଭ୍‌’ର ଅଭିନନ୍ଦନ।

ଆଜି ନୂଆ ବର୍ଷ। ବିଦାୟ ନେଇଛି ୨୦୧୮। ଆନନ୍ଦ, ଉଲ୍ଲାସର ସହ ସାରା ବିଶ୍ୱବାସୀ ୨୦୧୯କୁ କରିଛନ୍ତି ସ୍ୱାଗତ। ନୂଆ ସକାଳର ନୂଆ ଆଶା ନେଇ ୨୦୧୯ ଆସିଥିବାରୁ ଚାରିଆଡ଼ ଉତ୍ସବମୁଖର ହୋଇ ଉଠିଛି। ପରସ୍ପରକୁ ‘ହ୍ୟାପି ନ୍ୟୁ ଇୟର’ କହି ଶୁଭେଚ୍ଛା ଜଣାଇଛନ୍ତି।

୨୦୧୮ ଡିସେମ୍ବର ୩୧ରୁ ସବୁଠି ନୂଆ ବର୍ଷର ଧୁମ୍ ଦେଖିବାକୁ ମିଳିଛି। ଜିରୋ ନାଇଟ ସେଲିବ୍ରେସନ କରି ୨୦୧୯କୁ ସ୍ୱାଗତ କରିଛନ୍ତି।

ନ୍ୟୁଜିଲାଣ୍ଡର ଆକଲ୍ୟାଣ୍ଡରେ ୨୦୧୯କୁ ଧୁମଧାମରେ ସ୍ୱାଗତ କରାଯାଇଛି। ଭାରତୀୟ ସମୟ ସାଢ଼େ ୪ଟାରେ ଏଠାରେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି। ଆତସବାଜିରେ ସମଗ୍ର ପରିବେଶ କମ୍ପିଥିଲା।

ସେହିପରି ଅଷ୍ଟ୍ରେଲିଆ ସିଡ୍‌ନୀରେ ମଧ୍ୟ ନୂଆବର୍ଷକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ସ୍ୱାଗତ କରାଯାଇଛି। ଭାରତୀୟ ସମୟ ସାଢ଼େ ୬ଟାରେ ଏଠାରେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି। ଉତ୍ତରକୋରିଆରେ ଭାରତୀୟ ସମୟ ସାଢ଼େ ୮ଟାରେ ନୂଆ ବର୍ଷକୁ ସ୍ୱାଗତ କରାଯାଇଥିଲା।

ରାତି ୧୨ଟାରେ ଭାରତରେ ୨୦୧୯କୁ ସ୍ୱାଗତ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ପବ୍‌ରେ ଡିଜେ ସାଉଣ୍ଡର ତାଳେ ତାଳେ ସମସ୍ତେ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି।

Comment