ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ଭିନ୍ନ ଚିନ୍ତାଧାରାର ଲୋକଙ୍କ ସଂଖ୍ୟା କମ୍ ନାହିଁ। କିଏ କୁକୁରକୁ ତ କିଏ ସାପ ସହ ବିବାହ କରୁଛନ୍ତି। ବିଶ୍ୱରେ ଏଭଳି ଅଜବ ଧରଣର ବିବାହ ହୋଇଛି ଯେଉଁଥିରେ ଭାରତ ବି ସାମିଲ ରହିଛି।

କୁକୁରକୁ ଜୀବନସାଥି ବାଛିଲେ ମହିଳା: ଆଫ୍ରିକା ମହିଳା ଏମିଲି ମାବୁ କିଛି ବର୍ଷ ପୂର୍ବେ ଏକ କୁକୁରକୁ ବିବାହ କରିସାରିଛନ୍ତି। ୨୦୧୦ରେ ହୋଇଥିବା ଏହି ବିବାହରେ ସ୍ଥାନୀୟ ଲୋକଙ୍କ ସହିତ ପାଦ୍ରୀ ସାମିଲ ହୋଇଥିଲେ।

ନିଜକୁ ନିଜେ ବିବାହ: ଚୀନର ଜଣେ ବ୍ୟକ୍ତି ନିଜକୁ ନିଜେ ବିବାହ କରିନେଇଛନ୍ତି। ୨୦୦୭ରେ ହୋଇଥିବା ବିବାହ ସମାରୋହରେ ଏହି ଚୀନ ଯୁବକ ନିଜର ଏକ ବଡ଼ ଫଟୋ ନିର୍ମାଣ କରି ନିଜକୁ ମହିଳା ବେଶରେ ସଜାଇ ଛିଡ଼ା କରାଇଥିଲେ। ଏହି ବିବାହ ଉତ୍ସବରେ ଶହେରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।

ସାପ ସହିତ ବିବାହ ବନ୍ଧନ: ଭାରତୀୟ ମହିଳା ବିମ୍ବଳା ଦାସ ଦାବି କରିଛନ୍ତି ଯେ, ତାଙ୍କର ଏକ ସାପ ସହିତ ପ୍ରେମ ସମ୍ବନ୍ଧ ହୋଇଥିଲା। ଯେତେବେଳେ ବିମ୍ବଳା ସାପକୁ ବିବାହ ପାଇଁ କହିଥିଲେ ଗାଁ ଲୋକେ ତାଙ୍କୁ ସମର୍ଥନ କରିଥିଲେ। ଏହାଛଡ଼ା କିଛି ଲୋକ ବିବାହ ଉତ୍ସବରେ ପହଞ୍ଚି  ତାଙ୍କୁ ସ୍ୱାଗତ ଜଣାଇଥିଲେ।

ପାଚେରି ସହିତ ବିବାହ: ୫୪ ବର୍ଷୀୟ ଯୁବକ ଇର୍ଜା ରିତା ବାର୍ଲିନିୟର ଏକ ୪୦ ବର୍ଷର ପୁରୁଣା ପାଚେରି ସହିତ ବିବାହ କରିଥିଲେ। ଯାହାର ନିର୍ମାଣ ୧୯୭୯ରେ ହୋଇଥିଲା। ପାଚେରି ଯେଭଳି ମଜବୁତ ଆମ ସମ୍ପର୍କ ସେହିପରି କହିଛନ୍ତି ଯୁବକ।

ଏଫିଲ ଟାୱାରକୁ ବିବାହ: ପୂର୍ବତନ ମହିଳା ସୈନିକ ୟାରିକା ଲାଟୁର ଏଫିଲଙ୍କ ପ୍ରେମ ଏଫିଲ ଟାୱାର ସହିତ ହୋଇଯାଇଥିଲା। ଫ୍ରାନସିକୋରେ ରହୁଥିବା ଏହି ମହିଳା ବିବାହ ପରେ ନିଜର ନାମ ସହିତ ଏଫିଲକୁ ଯୋଡ଼ିଛନ୍ତି।

ଡଲଫିନକୁ ବାଛିଲେ ଜୀବନସାଥୀ: ଇସ୍ରାଏଲର ଦକ୍ଷିଣ କ୍ଷେତ୍ରରେ ସାରନ ଟ୍ରେଣ୍ଡଲର ନାମକ ବ୍ରିଟିଶ ମହିଳା ଏକ ଡଲଫିନ୍ ପ୍ରେମରେ ପଡ଼ିଯାଇଥିଲେ। ଏହା ପରେ ୨୦୦୬ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିବାହ ମଧ୍ୟ କରିଥିଲେ। ଏହା ବିଶ୍ୱର ପ୍ରଥମ ବିବାହ ଥିଲା, ଯାହା ଡଲଫିନ୍ ସହିତ ହୋଇଥିଲା।

Comment