ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ଲାଗି ବିଜେପି ଅନେକ ସ୍ଥାନରେ ପ୍ରଚାର ଆରମ୍ଭ କରିଛି। ପ୍ରଚାର ଲାଗି ଅନେକ ରାଜ୍ୟରେ ବିଜେପି ବିଜୟ ସଂକଳ୍ପ ଶୋଭାଯାତ୍ରା ବି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ତାରିଖ ଦିନ ପ୍ରଚାର ମୈଦାନକୁ ଓହ୍ଲାଇବେ। ଏହାରି ଭିତରେ ବିଜେପି ତାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଯେଉଁଥିରେ ମୋଦି ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ନାଁ ସାମିଲ ଅଛି।

ତେବେ ଆଶ୍ଚର୍ଯ୍ୟର କଥା କି ବିଜେପିର ଏହି ଷ୍ଟାର ପ୍ରଚାରକ ତାଲିକାରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନିଙ୍କ ସମେତ ମୁରଲୀ ମନୋହର ଯୋଶିଙ୍କ ନାଁ ନାହିଁ।

ପ୍ରଥମେ ବିଜେପି ଗାନ୍ଧିନଗରରୁ ଆଡଭାନି ସ୍ଥାନରେ ଅମିତ ଶାହଙ୍କୁ ଟିକେଟ ଦେଲା ଏବଂ ସୂଚନା ମିଳୁଛି କି ମୁରଲୀ ମନୋହର ଯୋଶିଙ୍କୁ ଏଥର କାନପୁରରୁ ଟିକେଟ ଦେଇନପାରେ ଦଳ। ଯାହାକୁ ନେଇ ରାଜନୈତିକ କରିଡରରରେ ଏବେ ଅନେକ ଚର୍ଚ୍ଚା।

ତେବେ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ନରେନ୍ଦ୍ର ମୋଦି, ରାଜନାଥ ସିଂ,ଅରୁଣ ଜେଟଲୀ,ଅମିତ ଶାହ, ଯୋଗୀ ଆଦିତ୍ୟାନାଥ, ହେମା ମାଳିନୀ, ଶିବରାଜ ସିଂ ଚୌହାନ, ପିୟୁଷ ଗୋଏଲ,ଦିନେଶ ଶର୍ମାଙ୍କ ନାଁ ଅଛି।

ଏପ୍ରିଲ ୧୧ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଥିବାରୁ ଏବେ ପ୍ରତି ରାଜନୈତିକ ଦଳ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି।

Comment