ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଏପ୍ରିଲ ୧୧ରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଗଗ୍ରହଣ। ସେଥିଲାଗି ନିର୍ବାଚନୀ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି।

ବିଜେଡି ଶୁକ୍ରବାର ୧୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହାପରେ ଅଳ୍ପ କିଛି ଆସନ ଲାଗି ପ୍ରାର୍ଥୀ ତାଲିକା ବାକି ରହିଛି। ୩ଲୋକସଭା ଓ ୨୮ବିଧାନସଭା ଆସନ ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି।

ଯେଉଁ ଆସନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇନାହିଁ ସେହି ଅଞ୍ଚଳର ନେତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା। ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତିଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା। ଚର୍ଚ୍ଚା ହେଉଛି ଦଳ ଏଥର ତାଙ୍କୁ ପ୍ରାର୍ଥୀ କରିପାରେ ବସ୍ତା ଲାଗି।

ଏହାଛଡ଼ା ଶୁକ୍ରବାର ଘୋଷଣା ହୋଇଥିବା କିଛି ଆସନର ପ୍ରାର୍ଥୀ ଆଜି ନବୀନ ନିବାସ ଆସିଥିଲେ।

କାହକୁ ଦଳ ଟିକେଟ ଦେବ କାହାର ଟିକେଟ କଟିବ ସେ ନେଇ ଆଶାୟୀ ଏବେ ଆଶା ଓ ଆଶଙ୍କାରେ। ବିଜେଡି ଯେ କୌଣସି ସମୟରେ ବାକି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିପାରେ।

Comment