ଓଡ଼ିଶାଲାଇଭ୍ ବ୍ୟୁରୋ

ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ‘ଜୋରମ୍‌ ପିପୁଲ୍ସ ମୁଭମେଣ୍ଟ’ର (ଜେଡପିଏମ୍‌) ନେତା ଲାଲଦୁହୋମା। ଶୁକ୍ରବାର ମିଜୋରାମର ରାଜ୍ୟପାଳ ଡକ୍ଟର ଖମ୍ଭମପତି ହରି ବାବୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ଦଳର ଅନ୍ୟ ୧୧ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ମିଜୋରାମରେ ନିର୍ବାଚନ ଜିତିବାପରେ ଲାଲଦୁହୋମାଙ୍କୁ ବିଧାୟକ ଦଳର ନେତା ବାଛିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲା ଜେଡପିଏମ।  

ମିଜୋରାମ ରାଜଭବନରେ ଆୟୋଜିତ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ମିଜୋ ନାସନାଲ ଫ୍ରଣ୍ଟର (ଏମଏନଏଫ) ନେତା ଜୋରାମଥାଙ୍ଗା ଯୋଗ ଦେଇଥିଲେ। ଏହାସହ ଏମଏନଏଫର ଅନ୍ୟନେତାମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଚଳିତ ବର୍ଷ ମିଜୋରାମ ବିଧାନସଭା ନିର୍ବାଚନରେ ଏମଏନଏଫକୁ ପଛରେ ପକାଇ କ୍ଷମତା ହାସଲ କରିଥିଲା ଜେଡପିଏମ୍‌। ଦଳ ୪୦ଟି ଆସନରୁ ୨୭ଟି ଜିତିବାରେ ସଫଳ ହୋଇଥିଲା। ସେହିପରି ଏମଏନଏଫକୁ ୧୦ଟି, ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ସିଟ୍ ମିଳିଥିଲା।      

Tags: #Lalduhoma #CM #Mizoram #ZPM #AssemblyElection

Comment