ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ବୁଧବାର ଦିନ ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ସହ ସମ୍ପର୍କ ତୁଟାଇବା ପରେ ଆରଜେଡି ଏବଂ କଂଗ୍ରେସ ସହ ମିଶି ପୁଣି ବିହାରର ନୂଆ ସରକାର ଗଢ଼ିଛନ୍ତି ନୀତିଶ କୁମାର। ନୀତିଶଙ୍କ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ତେଜସ୍ଵୀ ଯାଦବ।

ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ କୁମାର। ଇସ୍ତଫା ଦେବା ପରେ ନୂଆ ରୂପରେ ନୂଆ ମେଣ୍ଟ ଗଠନ ହେବ ବୋଲି ସେ ଘୋଷଣା କରିଥିଲେ। ମଙ୍ଗଳବାର ଦିନ ୪ଟାରେ ବିହାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ ନୀତଶ କୁମାର।

ନୀତିଶ କୁମାର ପ୍ରଥମ ଥର ପାଇଁ ୨୦୦୦ ମସିହା ମାର୍ଚ୍ଚ ୧ ତାରିଖରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରେ ସେ ୨୦୦୫ ମସିହା ନଭେମ୍ବର ୨ ତାରିଖରେ ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୦ ମସିହା ନଭେମ୍ବର ମାସ ୩ ତାରିଖରେ ତୃତୀୟ ଥର, ୨୦୧୫ ମସିହା ଫେବ୍ରୁଆରି ୪ ତାରିଖରେ ଚତୁର୍ଥ ଥର, ୨୦୧୫ ମସିହା ନଭେମ୍ବର ୫ ତାରିଖରେ ପଞ୍ଚମ ଥର, ୨୦୧୭ ଜୁଲାଇ ୬ ତାରିଖରେ ଷଷ୍ଠ ଥର ଏବଂ ୨୦୨୦ ମସିହା ନଭେମ୍ବର ୭ ତାରିଖରେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ କୁମାର।

Tags: #Politics #BiharPolitics #CMNitishKumar #TejaswiYadav #OathTaking

Comment