ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏଠାରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ଦଳ ୪୦ଟିରୁ ୨୬ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ କ୍ଷମତାସୀନ ମିଜୋ ନାସନାଲ ଫ୍ରଣ୍ଟ (ଏମଏନଏଫ) ୧୦ଟି ଆସନରେ ଅଗ୍ରଣୀ ହେବାରେ ସକ୍ଷମ ହୋଇବେଳେ ବିଜେପି ୩ଟି ଓ କଂଗ୍ରେସ କେବଳ ଗୋଟିଏ ଆସନରେ ଆଗୁଆ ରହିଛି।

ଏହି ନିର୍ବାଚନରେ ଜେଡପିଏମ ଦଳ କ୍ଷମତାକୁ ଆସିବ ବୋଲି ଅଧିକାଂଶ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିଲା। ଏବେ ଦଳର ନେତା ଲାଲଦୁହୋମା ମିଜୋରାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ସୁନିଶ୍ଚିତ ହୋଇଛି।  

ସୋମବାର ସକାଳ ୮ଟା ୩୦ରୁ ମିଜୋରାମରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ବାଲାଟର ଭୋଟ ଗଣାଯିବା ପରେ ଇଭିମରେ ସଂଗୃହୀତ ଭୋଟ ଗଣନା ଆରମ୍ଭ ହୋଇଛି। ଭୋଟ ଗଣତି ପାଇଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମିଜୋରାମର ୪୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଏହି ନିର୍ବାଚନରେ ଜେଡପିଏମ, ଏମଏନଏଫ ସହ ବିଜେପି ଓ କଂଗ୍ରେସ ମଧ୍ୟ ଲଢ଼ିଥିଲେ।

Tags: #AssemblyElections #VoteCounting #Mizoram #ZPM #MNF

Comment