ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ। ଏହି ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଜାରି ରହିଥିବାରୁ କାର୍ଯ୍ୟସୂଚୀ ତଥା ଏଜେଣ୍ଡାକୁ ସାର୍ବଜନୀନ କରାଯାଇନଥିବା ଜଣାପଡ଼ିଛି।

କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚ୍ୟୁଆଲ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ନବୀନ ନିବାସରୁ ଯୋଡ଼ି ହେବେ ବୋଲି ଜଣାପଡ଼ିଛି। ମନ୍ତ୍ରୀମାନେ ନିଜ ଅଫିସ କିମ୍ବା ଲୋକସେବା ଭବନରୁ ଭର୍ଚୁଆଲ ମୋଡରେ ଯୋଡ଼ି ହେବେ। ଏହା ସହିତ ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରୁ ସାମିଲ ହେବେ।

Tags: #CabinetMeeting #State #CMOdisha #NaveenPatnaik

Comment