ଓଡ଼ିଶାଲାଇଭ୍‌ ବ୍ୟୁରୋ

ଠିକ୍‌ ଆଜିର ଦିନରେ ଭାରତ ହୋଇଥିଲା ବିଶ୍ୱ ବିଜେତା। ଧୋନଙ୍କ ଛକାରେ ଇତିହାସ ରଚିଥିଲା ଭାରତୀୟ କ୍ରିକେଟ୍‌ ଟିମ୍‌। ୮ ବର୍ଷ ପୂର୍ବେ ଆଜିର ଦିନ ଅର୍ଥାତ ୨୦୧୧ ମସିହା ଏପ୍ରିଲ ୨ରେ ଶ୍ରୀଲଙ୍କାକୁ ହରାଇ ଭାରତ ଦ୍ୱିତୀୟଥର ପାଇଁ ବିଶ୍ୱକପର ମୁକୁଟ ପିନ୍ଧଇଥିଲା।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯାଉଥିଲା ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌। ଭାରେତୀ କ୍ରିକେଟ୍‌ ଟିମ୍‌ର ସମସ୍ତ ଖେଳାଳିଙ୍କ ଅଦ୍ଭୁତ ପ୍ରଦର୍ଶନୀ ବଳରେ ଟିମ୍‌ ଇଣ୍ଡିଆ ବିଶ୍ୱବିଜେତା ହୋଇପାରିଥିଲା। ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନୀ ଅନ୍ୟପକ୍ଷରେ ଜାହିର ଖାନ୍‌ଙ୍କ ବୋଲିଂ ଆଗରେ ସାରା ବିଶ୍ୱ ହାର୍‌ ମାନିଥିଲା। ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ବିଶ୍ୱକପରେ ପ୍ରଥମ ଶତକ ମାରିଥିଲେ।

ସେହିପରି ଭାରତୀୟ ଟିମ୍‌ର ଷ୍ଟାର କୁହାଯାଉଥିବା ଯୁବରାଜ ସିଂହ ବିଶ୍ୱକପ୍‌ରେ ରେକର୍ଡ ସୃଷ୍ଟି କରିଥିଲେ। ବିଶ୍ୱକପରେ ୧୫ଟି ମ୍ୟାଚ୍‌ ଖେଳି ଯୁବରାଜ ସିଂହ ୩୬୨ ରନ୍ ସଂଗ୍ରହ କରିଥିବା ବେଳେ ବୋଲିଂ କରି ୧୫ଟି  ୱିକେଟ ସଂଗ୍ରହ କରିଥିଲେ। ଶେଷରେ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହକ୍‌ ପାଇଥିଲେ ଯୁବରାଜ ସିଂହ।

ସବୁଠାରୁ ରୋମାଞ୍ଚକର ଥିଲା ବିଶ୍ୱକପ୍‌ ଫାଇନାଲ। ଧୋନିଙ୍କ ଉଇନିଂ ସିକ୍ସ ବର୍ତ୍ତମାନ ବି କ୍ରିକେଟ୍‌ ପ୍ରେମୀଙ୍ବ ହୃଦୟରେ ରହିଛି। ଭାରତକୁ ଜିତିବା ପାଇଁ ୧୧ଟି ବଲ୍‌ରେ ୪ ରନ୍‌ ଆବଶ୍ୟକତା ଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ବିଜୟ ଛକାରେ ସାରା ବିଶ୍ୱ ଝୁମିଥିଲା। ବିଶ୍ୱବିଜେତା ହୋଇଥିଲା ଭାରତ। ଅଜିର ଦିନକୁ ମନେ ପକାଇ ଧୋନିଙ୍କ ବିଜୟୀ ଛକାକୁ ସୋସିଆଲ ମିଡିଆରେ ସେୟାର କରିଛି ବିସିଆଇ। ୨୮ ବର୍ଷର ଅପେକ୍ଷା ପରେ ଭାରତ ବିଶ୍ୱବିଜୟୀ ଟ୍ରଫି ଜିତିଥିଲା।

Comment