ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ପୁରୁଷ ବିଶ୍ଵକପ ୨୦୨୩ ସୋମବାର ଚତୁର୍ଥ ଦିନରେ ପହଞ୍ଚିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଛି ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ କରିଛି। ଏହାର ପରବର୍ତ୍ତୀ ମୁକବିଲାରେ ନେଦରଲାଣ୍ଡସ ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ  ଥ୍ୟେରି ବ୍ରିଙ୍କମ୍ୟାନ ‘ମ୍ୟାନ ଅଫ ଦି ମ୍ୟାଚ’ ହୋଇଛନ୍ତି।

ସୋମବାର ଦିନ ୧ଟା ବେଳେ ମାଲେସିଆ ଓ ଚିଲି ମଧ୍ୟରେ ମ୍ୟାଚଟି ଆରମ୍ଭ ହୋଇଥିଲା। ମ୍ୟାଚରେ ଆରମ୍ଭରୁ ଚିଲି ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ମ୍ୟାଚର ପ୍ରଥମ ଗୋଲ ଚିଲି ପକ୍ଷରୁ କରଯାଇଥିଲା। ଏହାପରେ ମାଲେସିଆ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳକୁ ଅନେକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଦଳ ମ୍ୟାଚରେ ୩ଟି ଗୋଲ ଦେଇଥିଲା। ପରେ ଚିଲି ଆଉ ଗୋଟେ ଗୋଲ ଦେଇଥିଲା, ହେଲେ ମ୍ୟାଚ ମାଲେସିଆ ପକ୍ଷକୁ ଯାଇଥିଲା।

ପ୍ରଥମ ମ୍ୟାଚ ପରେ ଅପରାହ୍ଣ ୩ଟାରେ ନେଦରଲାଣ୍ଡସ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା। ମ୍ୟାଚରେ ନେଦରଲାଣ୍ଡସର ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ମ୍ୟାଚରେ ଅଧିନାୟକ ଥ୍ୟେରି ବ୍ରିଙ୍କମ୍ୟାନ ୨ଟି ଗୋଲ ଦେଇଥିଲେ। ନ୍ୟୁଜିଲାଣ୍ଡର ଖେଳାଳି କୌଣସି ଗୋଲ ଦେଇପାରିନଥିଲେ।

Tags: #Men’sHockeyWorldCup #Groupstage #Netherlands #Malaysia #Win #Hockey #India #Odisha

Comment