ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର କଟନିଠାରୁ ପାଖାପାଖି ୩୫ କିମି ଦୂର ମୋହାସ ଗାଁରେ ଏକ ହନୁମାନ ମନ୍ଦିର ରହିଛି।  ମନ୍ଦିରର ଏଭଳି ଚମତ୍କାର ଘଟଣା ଘଟିଥାଏ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କୁହାଯାଏ, ମନ୍ଦିରରେ ପୂଜା କଲେ ଲୋକଙ୍କ ଭାଙ୍ଗି ଯାଇଥିବା ହାଡ଼ ଯୋଡ଼ି ହୋଇଯାଏ। ସୂଚନା ଅନୁସାରେ ମନ୍ଦିରରେ ବିଶେଷକରି ମଙ୍ଗଳବାର ଓ ଶନିବାର ବିଶେଷ ପୂଜା କରାଯାଇଥାଏ। ଏଥିପାଇଁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ।

ମନ୍ଦିରକୁ କେହି ଷ୍ଟ୍ରେଚର ତ ଆଉ କିଏ ଆମ୍ବୁଲାନ୍ସରେ ଆସିଥାନ୍ତି। ବିଶେଷକରି ହାତ ଗୋଡ଼ ଭାଙ୍ଗିଥିବା ଲୋକଙ୍କ ସଂଖ୍ୟା ଅଧିକ ଥାଏ। ଲୋକଙ୍କ କହିବା ଅନୁସାରେ ମନ୍ଦିରରେ ପହଞ୍ଚିବା ପରେ ଆଖି ବନ୍ଦ କରିବା ସହିତ ରାମ ନାମ ଜପ କରିବାକୁ କୁହାଯାଇଥାଏ।

ଭକ୍ତ ଆଖି ବନ୍ଦ କରିବା ପରେ ପଣ୍ଡିତଙ୍କ ପକ୍ଷରୁ ଚେରମୂଳି ଭଳି ଔଷଧ ଦିଆଯାଇଥାଏ। ଏହାକୁ ଚୋବାଇ କରି ଖାଇବାକୁ କୁହାଯାଏ। ଏହି ଔଷଧ ଖାଇବା ପରେ ରୋଗୀଙ୍କ ହାଡ଼ ଆପେ ଆପେ ଯୋଡ଼ି ହେବା ସହିତ ଧୀରେଧୀରେ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଥାନ୍ତି।

Comment