ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ଜବଲପୁରର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅନେକ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲ ଭିତରେ ଅନେକ ଫସି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଜବଲପୁର ଶିବନଗର ସ୍ଥିତ ନ୍ୟୁ ଲାଇଫ ମଲ୍ଟିସ୍ପେସାଲିଟି ହସ୍ପିଟାଲରେ ସୋମବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ହସ୍ପିଟାଲ କର୍ମଚାରୀ ରହିଥିବା ସୂଚନା ମିଳିଛି। ହସ୍ପିଟାଲ ଭିତରରେ ଅନେକ ଫସି ରହିଥିବାରୁ ମୃତାହତଙ୍କ ସଂଖ୍ୟାରେ ବୃଦ୍ଧି ହେବାର ଆଶଙ୍କା ରହିଛି।

ଏହି ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ହସ୍ପିଟାଲରୁ ବାହାରିବା ଲାଗି ଗୋଟିଏ ମୁଖ୍ୟ ଦ୍ଵାର ରହିଥିବାରୁ ଅନେକ ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ହସ୍ପିଟାଲ କର୍ମଚାରୀ ଭିତରେ ରହିଛନ୍ତି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ପ୍ରୟାସ ଜାରି ରହିଛି।

ସର୍ଟସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିବା ଜବଲପୁର ଏସପି ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ସହ ସେମାନଙ୍କର ସମସ୍ତ ଖର୍ଚ୍ଚ ମାଗଣା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Tags: #MadhyaPradesh #fire #Death #Hospital

Comment