ମଧ୍ୟପ୍ରଦେଶର ଇନ୍ଦୋର ହେଉଛି ଭାରତର ଏକ ସୁନ୍ଦର ସ୍ଥାନ। ଏହି ସହରକୁ ମଧ୍ୟପ୍ରଦେଶର ହୃଦୟ ବୋଲି କୁହାଯାଏ। ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ମଧ୍ୟ ଇନ୍ଦୋର ପରିଚିତ। ଆସନ୍ତୁ ଜାଣିବା ଏହି ସହର ବିଷୟରେ କିଛି ଖାସ କଥା…

ଇନ୍ଦୋର ମଧ୍ୟପ୍ରଦେଶର ସବୁଠୁ ବଡ଼ ସହର ଏବଂ ଏହାର ଇତିହାସ ବହୁତ ପୁରୁଣା। ଭଗବାନ ଇନ୍ଦ୍ରେଶ୍ୱରଙ୍କ ନାମ ଅନୁସାରେ ଏହି ସହର ନାମିତ ହୋଇଛି।

ଇନ୍ଦୋରରେ ପ୍ରଭୁ ଇନ୍ଦ୍ରଶ୍ୱରଙ୍କ ଏକ ମନ୍ଦିର ଅଛି, ଯାହାର ଇତିହାସ ବହୁତ ପୁରୁଣା। ବିଶ୍ୱାସ କରାଯାଏ ଯେ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା।

ରାଜପ୍ରାସାଦ, ଚମତ୍କାର ସ୍ମାରକୀ ଏବଂ ଆକର୍ଷଣୀୟ ଧାର୍ମିକ ସ୍ଥଳର ମିଳିନ ସ୍ଥଳ ହେଉଛି ଇନ୍ଦୋର।

ଶିଳ୍ପ ଉଦ୍ୟୋଗ ପାଇଁ ମଧ୍ୟ ଇନ୍ଦୋର ପ୍ରସିଦ୍ଧ। ଇନ୍ଦୋର ପ୍ରାକୃତିକ  ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ| ଏଠାରେ ଦୁଇଟି ନଦୀ ଖାନ ଏବଂ ସରସ୍ୱତୀଙ୍କ ସଙ୍ଗମ ଦେଖିବାକୁ ମିଳେ।

Comment