ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର। ଜ୍ଵାଲା ମାଦା ନାମକ ଚିତାବାଘ ୩ଟି ଚିତା ଶାବକ ଜନ୍ମ ଦେଇଛି। ଏହା ପୂର୍ବରୁ ଆଶା ନାମକ ଚିତା ୩ଟି ଶାବକ ଜନ୍ମ ଦେଇଥିଲା।

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବା ପରେ ଗତ ବର୍ଷ କୁନୋ ଜାତୀୟ ଉଦ୍ୟାନରେ ଜ୍ଵାଲା ୪ଟି ଶାବକଙ୍କୁ ଜନ୍ମ ଦେଇଥିଲା। ଏମାନଙ୍କ ମଧ୍ୟରୁ ୩ଟି ଚିତା ଶାବକଙ୍କର ମୃତ୍ୟୁ ହୋଇଥିଲା। ଏବେ କୁନୋ ଜାତୀୟ ଉଦ୍ୟାନରେ ଶାବକଙ୍କ ସଂଖ୍ୟା ୪ରୁ ୭କୁ ବୃଦ୍ଧି ପାଇଛି।

ଗତ ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତାବାଘ ଆସିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାବାଘଙ୍କୁ ଅଣାଯାଇଥିଲା। କୁନୋ ଜାତୀୟ ଉଦ୍ୟାନକୁ ଆସିଥିଲେ ମୋଟ ୨୦ଟି ଚିତାବାଘ।

Tags: #KunoNationalPark #Madhyapradesh #Cheetah #born #CheetahCubs

Comment