ଓଡ଼ିଶାଲାଇଭ୍ ବ୍ୟୁରୋ

Leopard

ଦୀର୍ଘ ୭୦ ବର୍ଷ ପରେ ପୁଣିଥରେ ଭାରତର ଜଙ୍ଗଲରେ ଦୌଡ଼ିବେ ଚିତା। ଏଥିଲାଗି ନାମିବ୍ୟାରୁ ଭାରତ ମାଟିରେ ପହଞ୍ଚିଛନ୍ତି ୮ଟି ଚିତା ବାଘ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦୀର୍ଘ ୭୦ ବର୍ଷ ପରେ ଭାରତକୁ ଆସିଛନ୍ତି ୮ଟି ଚିତା ବାଘ। ଏମାନଙ୍କ ମଧ୍ୟରେ ୫ଟି ମାଈ ଏବଂ ୩ଟି ଅଣ୍ଡିରା ଚିତା ରହିଛନ୍ତି। ଶନିବାର ଦିନ ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତ ୮ ଚିତା ବାଘଙ୍କୁ ନାମିବ୍ୟାରୁ ଭାରତକୁ ଆଣାଯାଇଥିଲା। ଭାରତ ଆସିଥିବା ୮ଟି ଚିତା ମଧ୍ୟରୁ ତିନିଟି ଚିତା ବାଘକୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଅଭୟାରଣ୍ୟରେ ନିର୍ମାଣ କରାଯାଇଥିବା କ୍ଵାରେଣ୍ଟାଇନ ଜୋନରେ ଛଡ଼ାଯାଇଛି।

ଚିତା ବାଘମାନଙ୍କୁ ଗ୍ୱାଲିୟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବିମାନ ଯୋଗେ ଅଣାଯିବା ପରେ ସେମାନଙ୍କୁ ଚିନୁକ ହେଲିକପ୍ଟର ଯୋଗେ କୁନୋ ନ୍ୟାସନାଲ ପାର୍କ ନିଆଯାଇଥିଲା।

୭୦ ବର୍ଷ ପରେ ଭାରତକୁ ଚିତା ବାଘ ଆସିଥିବାରୁ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନିଜ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତା ବାଘମାନଙ୍କୁ ସ୍ୱାଗତ କରିବା ସହ କୁନୋ ନ୍ୟାସନାଲ ପାର୍କରେ ଛାଡ଼ିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ବୋଧନ କରି କହିଛନ୍ତି ଯେ, “କୁନୋ ନ୍ୟାସନାଲ ପାର୍କରେ ଛଡ଼ା ଯାଇଥିବା ଚିତା ବାଘାମାନଙ୍କୁ ଦେଖିବା ଲାଗି ଦେଶବାସୀଙ୍କୁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଆଜି ଏହି ଚିତାମାନେ ଭାରତକୁ ଅତିଥି ହୋଇ ଆସିଛନ୍ତି। ଏହି ପରିବେଶ ସେମାନଙ୍କ ପାଇଁ ନୂଆ ଏବଂ ଅଜଣା। କୁନୋ ନ୍ୟାସନାଲ ପାର୍କକୁ ଚିତା ବାଘମାନେ ନିଜର କରିବା ପାଇଁ ତଥା ଏଠିକାର ପରିବେଶ ସହ ଖାପ ଖୁଆଇବା ପାଇଁ ସେମାନଙ୍କୁ କିଛି ମାସ ସମୟ ଦେବାକୁ ପଡ଼ିବ। ସେତେବେଳ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ।”

Tags: #Cheetah #Leopard #India #KunoNationalPark #MaleFemaleCheetah #PMNarendraModi

LEAVE A REPLY

Please enter your comment!
Please enter your name here