ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିବରାଜ ସରକାରରେ ମନ୍ତ୍ରୀ ଥିବା ଇମର୍ତ୍ତୀ ଦେବୀଙ୍କୁ ‘ଆଇଟମ୍‌’ କହିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥଙ୍କୁ ମହଙ୍ଗା ପଡ଼ିଛି। ନିର୍ବାଚନ କମିଶନ କମଲନାଥଙ୍କ ଏଭଳି ଆପତ୍ତିଜନକ ଟିପ୍ପଣୀ ପାଇଁ ନୋଟିସ୍ ଜାରି କରିଛନ୍ତି। ୪୮ ଘଣ୍ଟା ଭିତରେ ଜବାବ ରଖିବା ପାଇଁ ନୋଟିସ୍ କରିଛି କମିଶନ।

କମଳନାଥଙ୍କ ‘ଆଇଟମ୍‌’ ମନ୍ତବ୍ୟ ପାଇଁ ମଧ୍ୟପ୍ରଦେଶର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଇମର୍ତ୍ତୀ ଦେବୀ ଗତ ସୋମବାର ଗ୍ୱାଲିୟର ଜିଲାର ଏକ ସଭାରେ କାନ୍ଦି ପକାଇଥିଲେ। ସେ କାନ୍ଦୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଇମର୍ତ୍ତୀ ଦେବୀ ନିଜ ପ୍ରତିକ୍ରିୟାରେ କହିଥିଲେ, ‘ମଧ୍ୟପ୍ରଦେଶରେ ମା’-ଝିଅଙ୍କୁ ଲକ୍ଷ୍ମୀ ରୂପେ ଗ୍ରହଣ କରାଯାଏ। କିନ୍ତୁ କମଲନାଥ ରାଜ୍ୟର ସବୁ ଲକ୍ଷ୍ମୀମାନଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କମଲନାଥଙ୍କୁ ଦଳରୁ ବହିଷ୍କାର କରନ୍ତୁ।’

ଉଲ୍ଲେଖଯୋଗ୍ୟ, ଇମର୍ତ୍ତୀ ଦେବୀଙ୍କ ବିପକ୍ଷରେ ଡବରା ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ସୁରେଶ ରାଜେଙ୍କ ପାଇଁ ପ୍ରଚାର କରିବା ବେଳେ ‘ଆଇଟମ୍’ ଟିପ୍ପଣୀ ଦେଇଥିଲେ କମଲନାଥ।

Comment