ଓଡ଼ିଶାଲାଇଭ୍ ବ୍ୟୁରୋ

କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଦୁଃଖ ଖବର। ବୁଧବାର ଦିନ ୨ଟି ଚିତାବାଘ ଛୁଆଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ମୋଟ ୩ଟି ଚିତା ଶାବକଙ୍କର ମୃତ୍ୟୁ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରେ ଜ୍ଵାଳା ନାମକ ଚିତାବାଘ ୪ଟି ଛୁଆ ଜନ୍ମ କରିଥିଲା। ବର୍ତ୍ତମାନ ଆଉ ଗୋଟିଏ ଛୁଆ ଜୀବିତ ଅଛି।

ଜ୍ଵାଳା ୪ଟି ଛୁଆ ଜନ୍ମ ଦେବା ମାତ୍ରେ ଗୋଟିଏ ଛୁଆର ମୃତ୍ୟୁ ହୋଇଯାଇଥିଲା। ବୁଧବାର ଦିନ ଆଉ ୨ଟି ଚିତାବାଘ ଛୁଆଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ୩ଟି ଚିତାବାଘଙ୍କର ଏହି ଉଦ୍ୟାନରେ ମୃତ୍ୟୁ ହୋଇସାରିଛି।

ମଧ୍ୟପ୍ରଦେଶ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ କୁହାଯାଇଛି ଗତ ମେ’ ୨୩ ତାରିଖରେ ଅସହ୍ୟ ଗରମ ସହ ଗୁଳିଗୁଳି ହେଉଥିବାରୁ ୩ ଚିତାବାଘ ଶାବକ ଅସୁସ୍ଥ ହୋଇପନିଥିଲେ। ତୁରନ୍ତ ସେମାନଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା। ଦୁଇଟି ଶାବକଙ୍କର ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି।

ଗତ ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ନାମ୍ବିଆରୁ କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତାବାଘ ଆସିଥିଲେ। ଏହା ପରେ ଆଫ୍ରିକାରୁ ଆଉ ୧୨ଟି ଚିତାବାଘଙ୍କୁ ଅଣାଯାଇଥିଲା। ଏହି ଉଦ୍ୟାନକୁ ଆସିଥିଲେ ମୋଟ ୨୦ଟି ଚିତାବାଘ।

ଗତ ମାର୍ଚ୍ଚ ୨୬ ତାରିଖରେ ଗୋଟିଏ ମାଇ ଚିତାବାଘର ମୃତ୍ୟୁ ହୋଇଥିଲା। ଏହା ପରେ ଏପ୍ରିଲ ୨୩ ତାରିଖରେ ଉଦୟ ନାମକ ଏକ ଚିତାବାଘର ମୃତ୍ୟୁ ହୋଇଥିବାବେଳେ ଗତ ମେ’ ୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଏକ ମାଇ ଚିତାବାଘର ମୃତ୍ୟୁ ହୋଇଥିଲା।

Tags: #Cheetah #CheetahCubs #CheetahCubsDied #KunoNationalPark

Comment