ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଦୁଃଖଦ ଖବର। ଦକ୍ଷିଣ ଆଫ୍ରିକାରୁ ଭାରତ ଅଣା ଯାଇଥିବା ଚିତାଙ୍କ ମଧ୍ୟରୁ ଶୁକ୍ରବାର ଦିନ ସୂରଜ ନାମକ ଗୋଟିଏ ଚିତାର ମୃତ୍ୟୁ ହୋଇଛି। ବର୍ତ୍ତମାନ ଚିତାଙ୍କ ମୃତ୍ୟୁ ସଂଖ୍ୟା ୮ ଛୁଇଁଛି।

ଚିତାମାନଙ୍କ ସୁରକ୍ଷା ଦାୟିତ୍ଵରେ ଥିବା କର୍ମଚାରୀ ଶୁକବ୍ରାର ଦିନ ଉଦ୍ୟାନ ଭିତରୁ ସୂରଜର ମୃତଦେହ ଠାବ କରିଥିଲେ। ଏହା ପୂର୍ବରୁ ଜୁଲାଇ ୧୧ ତାରିଖରେ ତେଜସ ନାମ ଚିତାର ମୃତ୍ୟୁ ହୋଇଥିଲା। ଆହତ ଅବସ୍ଥାରେ ତେଜସକୁ ଉଦ୍ଧାର କରାଯିବା ପରେ ଚିକିତ୍ସା କରାଯାଇଥିଲା, କିନ୍ତୁ ବଞ୍ଚି ପାରିନଥିଲା ତେଜସ।

ଗତ ଏପ୍ରିଲ ୨୩ ତାରିଖରେ ଉଦୟ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା। ଉଦୟକୁ ୨୦୨୩ ଫେବ୍ରୁଆରି ୧୧ ତାରିଖକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ଉଦୟର ମୃତ୍ୟୁ ପରେ ଗତ ମେ’ ୨୫ ତାରିଖରେ ଦୁଇଟି ଚିତା ଶାବକଙ୍କର ମୃତ୍ୟୁ ହୋଇଥିଲା।

ଗତ ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ନାମ୍ବିଆରୁ କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତାବାଘ ଆସିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାବାଘଙ୍କୁ ଅଣାଯାଇଥିଲା। କୁନୋ ଜାତୀୟ ଉଦ୍ୟାନକୁ ଆସିଥିଲେ ମୋଟ ୨୦ଟି ଚିତାବାଘ।

Tags: #KunoNationalPark #Madhyapradesh #Cheetah #Death

Comment