ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ। ଭାରତରେ ଚାଲୁଥିବା ବର୍ଡର ଗଭାସ୍କର ଟ୍ରଫିରେ ବୁଧବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ ଜିତି ନେଇଛି।

ବୁଧବାର ଟେଷ୍ଟ ମ୍ୟାଚରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଖେଳିବ। ଅନ୍ୟପକ୍ଷରେ ସ୍ଟିଭ ସ୍ମିଥ ଅଷ୍ଟ୍ରେଲିଆର ନେତୃତ୍ଵ ନେବେ। ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆର ଅଧିନାୟକ ଥିଲେ। ସେ ଅସୁସ୍ଥତା କାରଣରୁ ସ୍ଵେଦେଶ ଫେରିଯିବାରୁ ଏବେ ସ୍ଟିଭ ସ୍ମିଥଙ୍କୁ ଅଧିନାୟକ ଦାୟିତ୍ଵ ମିଳିଛି।

ପୂର୍ବ ଦୁଇଟିମ୍ୟାଚ ଭଳି ତୃତୀୟ ଟେଷ୍ଟକୁ ଜିତି ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ। ମ୍ୟାଚରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲୀ, କେ ଏଲ ରାହୁଲ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ଵିନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟ ହାରିଥିବା ଅଷ୍ଟ୍ରେଲିଆ ସ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ଭଲ କରିବାକୁ ଲକ୍ଷ୍ୟ ରଖିଛି। ‌ମ୍ୟାଚରେ ଅଲ୍‌ରାଉଣ୍ଡର କାମେରୁନ ଗ୍ରିନ୍‌ ଓ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଦଳରେ ସାମିଲ ହେବା ଫଳରେ ଦଳକୁ ନୂଆ ବଳ ମିଳିବ। ତୃତୀୟ ଟେଷ୍ଟ ଜିତି ଅଷ୍ଟ୍ରେଲିଆ ଦଳ ଏବେ ସିରିଜ ବରାବର କରିବା ଲକ୍ଷ୍ୟର ଖେଳିବାକୁ ଆସିବ।

Tags: #India-AustraliaTest #BorderGavaskarTrophy #Indore #BCCI #India

 

Comment