ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ପ୍ରୟାଗରାଜର ସଙ୍ଗମସ୍ଥଳରେ ଚାଲିଛି ପବିତ୍ର କୁମ୍ଭମେଳା। ମେଳାରେ  ଲକ୍ଷ ଲକ୍ଷ ସଂଖ୍ୟାରେ ସାଧୁସନ୍ଥ ଯାଇ ସଙ୍ଗମସ୍ଥଳରେ ବୁଡ଼ ପକାଉଛନ୍ତି। ସାଧୁସନ୍ଥଙ୍କ ସହ ଭକ୍ତଙ୍କ ଭିଡ଼ ମଧ୍ୟ ଲାଗିରହିଛି।  ୪୫ ଦିନ ଧରି ଏହି ଆସ୍ଥାର ବୁଡ଼ ପାଇଁ ଭିଡ଼ ଲାଗି ରହିବ। ମେଳାରେ ବାବାଙ୍କ ଭିନ୍ନ ଭିନ୍ନ ରୂପ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବାବାଙ୍କ ଯୋଗ ଏବଂ ସଂକଳ୍ପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

କଣ୍ଟା ବାବା:

କୁମ୍ଭମେଳାରେ କଣ୍ଟା ବାବା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଯାହାଙ୍କୁ ଦେଖିଲେ ଯେକୌଣସି ବ୍ୟକ୍ତି ବି ଆଚମ୍ବିତ ହେବେ। ବାବା ଜଣଙ୍କ କ’ଣ ପାଇଁ ସବୁବେଳେ କଣ୍ଟା ଉପରେ ବିରାଜମାନ ହୋଇଥାନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ନିଜ ପାପର ପ୍ରାୟଶ୍ଚିତ ପାଇଁ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ବାବା ଜଣଙ୍କ ୧୮ ବର୍ଷ ବୟସରୁ କଣ୍ଟା ଉପରେ ଶୋଇ ରହୁଛନ୍ତି। ବାବାଙ୍କ କହିବା ଅନୁସାରେ ମୋତେ ଯେତେବେଳେ ଅଠର ବର୍ଷ ହୋଇଥିଲା ସେ ସମୟରେ ମୁଁ ଗୋହତ୍ୟା କରିଥିଲି।  ସେଥିପାଇଁ ଏହି ପାପରୁ ମୁକ୍ତି ପାଇଁ ଏଭଳି ନିଷ୍ପତ୍ତି ନେଇଛି।

ପ୍ରତିବର୍ଷ ମାଘ ମେଳା ଏବଂ କୁମ୍ଭ ମେଳା ସମୟରେ ପ୍ରୟାଗରାଜ ଆସିଥାଏ।  ମେଳାରୁ ଯେଉଁ ଅର୍ଥ ମିଳିଥାଏ, ତାହାକୁ ମଥୁରାରେ ଥିବା ଗୋରୁଗାଈଙ୍କ ସେବା ପାଇଁ ଖର୍ଚ୍ଚ କରିଦେଇଥାଏ। ଦେଶର ଯେକୌଣସି ସ୍ଥାନରେ ବଡ଼ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ, ସେଠାକୁ ସେ ଯାଇଥାନ୍ତି ବୋଲି ସେ କହିଛନ୍ତି। କଣ୍ଟାରେ ଶୋଇବା ସମୟରେ ଯେତେ କଷ୍ଟ ହେଲେ ମଧ୍ୟ ମୁଁ ଏହାକୁ ସହ୍ୟ କରିନେଇଥାଏ। ପ୍ରକୃତରେ କଣ୍ଟା ବାବାଙ୍କ ନାଁ ହେଉଛି ଲକ୍ଷ୍ମଣ ରାମ।

ଚାବି ବାଲା ବାବା:

କୁମ୍ଭମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ‘ଚାବି ବାଲା ବାବା’। ହାତରେ ୨୦ କେଜି ଲୁହାର ଚାବି ଧରି ବୁଲୁଛନ୍ତି। ଏହି ଚାବି ଧରିବାର କାହାଣୀ ମଧ୍ୟ ରହସ୍ୟମୟ । ଏହି ବାବାଙ୍କ ବିଶେଷତ୍ୱ ମଧ୍ୟ ରହିଛି। ନୂଆ ଯୁଗର କଳ୍ପନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଦେଶସାରା  ପାଦରେ ଚାଲିଚାଲି  ଯାତ୍ରା କରୁଛନ୍ତି।

ଚାବି ବାଲା ବାବାଙ୍କ ପ୍ରକୃତ ନାମ ହରିଶ୍ଚନ୍ଦ୍ର ବିଶ୍ୱକର୍ମା। ସେ ଉତ୍ତରପ୍ରଦେଶର ରାୟବରେଲିର ଅଟନ୍ତି। ୧୬ ବର୍ଷ ବୟସରୁ ଘର ଛାଡ଼ି ଆଧ୍ୟାତ୍ମିକ ମାର୍ଗରେ ଅଛନ୍ତି ବାବା । ହରିଶ୍ଚନ୍ଦ୍ର ବିଶ୍ୱକର୍ମା କବୀରପନ୍ଥୀ ବିଚାରାଧାରା ଅଟନ୍ତି।  ଏଥିପାଇଁ ଲୋକେ ତାଙ୍କୁ କବୀରା ବାବା ମଧ୍ୟ କହିଥାନ୍ତି।

Comment