ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ବିଜେଡି କୌଣସି ସମୟରେ ବି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। କାହାକୁ ଟିକେଟ ମିଳିବ, କାହାକୁ ଟିକେଟ ମିଳିବନି ସେ ନେଇ ପ୍ରାର୍ଥୀ ଏବେ ଆଶା ଆଉ ଆଶଙ୍କାରେ।

ସୂଚନାନୁସାରେ ପାଖାପାଖି ୪୫ହଜାରୁ ଅଧିକ ଆବେଦନ ପତ୍ର ନବୀନ ନିବାସରେ ପହଞ୍ଚି ସାରିଛି। ଏହାରି ଭିତରେ ରବିବାର ଛୁଟି ଦିନ ସତ୍ତ୍ୱେ ବେଶ ଚଳଚଞ୍ଚଳ ଥିଲା ନବୀସ ନିବାସ।

ମିଶ୍ରଣ ପର୍ବ ସହ ପଶ୍ଚିମ ଓଡ଼ିଶାର ସମସ୍ତ ନେତା ଆସି ପହଞ୍ଚିଥିଲେ ସଭାପତିଙ୍କ ବାସ ଭବନରେ। ଅପରାହ୍ନରେ ନବୀନ ନିବାସ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟା। ଯାହା ପରେ ଗୀତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଚର୍ଚ୍ଚା ହେଉଛିକି ଟିକେଟ ବଣ୍ଟନରେ ଗୀତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ। କାରଣ ପୂର୍ବରୁ ଅନେକ ସମୟରେ ଗୀତା ନବୀନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ତେବେ ଏନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ କାହିଁକି ଗୀତା ନବୀନ ନିବାସ ଆସିଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ।

Comment