ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳାଫଳ। ରାଜ୍ୟର ମୋଟ ୩,୪୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୧,୯୪୪ ଜଣ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି ଏସଓଏସସି ପରୀକ୍ଷା ଦେଇଥିବା ୧୦,୮୦୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫,୯୭୩ ଜଣ ପାସ୍ କରିଛନ୍ତି। ଚଳିତ ଥର ପରୀକ୍ଷା ଭଲ ହୋଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

www.bseodisha.ac.in ଓ୍ଵେବସାଇଟକୁ ଯାଇ ପରୀକ୍ଷା ଫଳାଫଳ ଦେଖି ହେବ। ଏହା ବ୍ୟତୀତ ଏସଏମଏସ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିହେବ। ଏଥିପାଇଁ ମୋବାଇଲରେ 01OR10 ଟାଇପ କରିବା ପରେ ନିଜ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ମେସେଜ ପଠାଇବାକୁ ପଡ଼ିବ। ସନ୍ଧ୍ୟା ୫ଟା ପରେ ସ୍କୁଲର ପ୍ରଧାନଶିକ୍ଷକମାନେ ଓ୍ଵେବସାଇଟରୁ ମାର୍କସିଟ୍ ଟାଉନଲୋଡ କରିପାରିବେ।

ଗତ ଜୁଲାଇ ୧ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହୋଇଥିଲା। ମୋଟ ୬ଟି ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ୨୦୨୫ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା, ଫେଲ ହୋଇଥିବା ଏବଂ ଏମପି ହୋଇଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।

Tags: #Exam #Result #MatricSupplementaryExam #Odisha #Education

Comment