ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣା ଉପରେ ଚଢ଼ଉ କରୁଛି ଭିଜିଲାନ୍ସ।

ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ସୁନ୍ଦରଗଡ଼ସ୍ଥିତ ତିନି ମହଲା ବିଶିଷ୍ଟ ଘର, ରାଉରକେଲା ଛେଣ୍ଡସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ଵର ଘାଟିକିଆସ୍ଥିତ ଅରୋଭିଲ୍ଲାରେ ଦୁଇଟି ଫ୍ଲାଟ, ଅନୁଗୁଳରେ ଥିବା ଏକାଧିକ ଘରେ ଚଢ଼ଉ ଜାରି ରହିଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ସୁରେନ୍ଦ୍ର ବେହେରାଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଉଛି। ଚଢ଼ଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟ ସହଯୋଗୀମାନେ ସାମିଲ ଅଛନ୍ତି।

Tags: #VigilanceRaid #SurendraBehera #Angul

Comment