ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗତକାଲି ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ସୁନ୍ଦରଗଡ଼ସ୍ଥିତ ତିନି ମହଲା ବିଶିଷ୍ଟ ଘର, ରାଉରକେଲା ଛେଣ୍ଡସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ଵର ଘାଟିକିଆସ୍ଥିତ ଅରୋଭିଲ୍ଲାରେ ଦୁଇଟି ଫ୍ଲାଟ, ଅନୁଗୁଳସ୍ଥିତ ଘର ସମେତ ମୋଟ ୮ଟି ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ।

ଚଢ଼ଉ ବେଳେ ସୁରେନ୍ଦ୍ର ବେହେରାଙ୍କ ଘରୁ ନଗଦ ୨.୩୩ ଲକ୍ଷ ଟଙ୍କା ଓ ପ୍ରାୟ ୫୪ ଲକ୍ଷ ଟଙ୍କାର ଜମା ଠାବ ହୋଇଥିଲା। ବଜତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ସୁରେନ୍ଦ୍ର ବେହେରାଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟ ସହଯୋଗୀମାନେ ସାମିଲ ଥିଲେ।

Tags: #VigilanceRaid #SurendraBehera #Angul

Comment