ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ-ଭୁବନେଶ୍ଵର କ୍ୟାପିଟାଲ ରିଜିଅନ ରିଂ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ କଟକ-ଭୁବନେଶ୍ଵର ପାଇଁ ନିର୍ମାଣ ହେବ ୬ ଲେନ ବିଶିଷ୍ଟ ରିଂ ରୋଡ। ଖୋର୍ଦ୍ଧା ରାମେଶ୍ଵରରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ୧୧୧ କିଲୋମିଟର ବାଇପାସ ରାସ୍ତା ନିର୍ମାଣ ହେବ। ଏ ନେଇ ସୂଚନା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। କଟକ ଓ ଭୁବନେଶ୍ଵରର ମୁଖ୍ୟ ରାସ୍ତାରେ ଉପୁଜୁଥିବା ଭିଡ଼ ନିୟନ୍ତ୍ରଣ କରିବାରେ ଏହି ପ୍ରକଳ୍ପ ବିଶ୍ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ଏହି ପ୍ରକଳ୍ପ ମାଧ୍ୟମରେ ୩ଟି ମୁଖ୍ୟ ଜାତୀୟ ରାଜପଥ ଏନଏଚ ୫୫, ଏନଏଚ୫୭ ଓ ଏନଏଚ୬୫୫ ଏବଂ ଗୋଟିଏ ରାଜ୍ୟ ରାଜପଥ ୬୫ ନମ୍ବର ସଂଯୋଗ ହେବ। ରାଜ୍ୟର ୩ଟି ପ୍ରମୁଖ ସହର ଭୁବନେଶ୍ଵର, କଟକ ଓ ଖୋର୍ଦ୍ଧାକୁ ଗମନାଗମନ ସୁବିଧାଜନକ ହୋଇପାରିବ। ଏହା ଦ୍ଵାରା ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ଆଶା ରହିଛି।
Tags: #UnionCabinet #CapitalRegionRingRoad #SixlaneBhubaneswarBypassProject #Odisha
















