ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ଏବେ ବିହାରବାସୀଙ୍କୁ ନିର୍ବାଚନୀ ଭେଟି ଦେବା ଆରମ୍ଭ କରିଦେଇଛି। ଏହି କ୍ରମରେ ଆଜି କେନ୍ଦ୍ର କ୍ୟାବିନେଟ୍ ବିହାରର ଦରଭଙ୍ଗାଠାରେ ୭୫୦ ଶଯ୍ୟାବିଶିଷ୍ଟ ଏମସ ହସ୍ପିଟାଲ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁର କରିଛି।

ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମଧ୍ୟ ଏହି ନିର୍ମାଣ ପ୍ରକଳ୍ପର ଖର୍ଚ୍ଚକୁ ଅନୁମୋଦନ କରିସାରିଥିଲା। ଏବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ୧୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ହସ୍ପିଟାଲରେ ୭୫୦ଟି ବେଡ୍ ରହିବ। ଏହି ନିର୍ମାଣ ପ୍ରକଳ୍ପକୁ ୪୮ ମାସ ଭିତରେ ଶେଷ କରିବାକୁ କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି।BGUକେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର କହିଛନ୍ତି ଯେ, ବିହାରରେ ଏହି ଦ୍ୱିତୀୟ ଏମସ ହସ୍ପିଟାଲ ନିର୍ମାଣ ହେବାଦ୍ୱାରା ଉତ୍ତର ବିହାର ଅଞ୍ଚଳର ଜନସାଧାରଣମାନେ ଲାଭବାନ ହୋଇପାରିବେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ପ୍ରଗତି ସହିତ ସ୍ୱାସ୍ଥ୍ୟ ସୁବିଧାର ଉନ୍ନତି ହେଉଛି।  ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ବିହାରରେ ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଯେଉଁଥିରେ ଜଳଯୋଗାଣ, ସ୍ୱରେଜ ସେବ ଓ ନଦୀ ଉପକୂଳର ବିକାଶ ଭଳି ପ୍ରକଳ୍ପ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ କେନ୍ଦ୍ର ସରକାର ୫୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ୱାରା ବିହାରର ବିକାଶ ହେବ ବୋଲି କୁହାଯାଉଛି।

ନଭେମ୍ବର ୨୯ ତାରିଖ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ କହିସାରିଛନ୍ତି। ତେଣୁ ଭୋଟରମାନଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ପାଇଁ ମୋଦୀ କ୍ୟାବିନେଟ୍ ଅନେକ ଉନ୍ନତି ପ୍ରକଳ୍ପ ବିହାରରେ ଆରମ୍ଭ କରୁଛି।

Comment