ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି। ଆହୁରି ୫ ବର୍ଷ ଯାଏଁ ହିତାଧିକାରୀଙ୍କୁ ମିଳିବ ମାଗଣା ଯାଉଛି। ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ। ଏହା ଦ୍ଵାରା ଦେଶର ପ୍ରାୟ ୮୧ କୋଟି ହିତାଧିକାରୀ ଉପକୃତ ହେବେ।

ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ୨୦୨୪ ଜାନୁଆରିରୁ ଆସନ୍ତା ୫ ବର୍ଷ ଯାଏଁ ଲାଗୁ ହେବ। କୋଭିଡ ମହାମାରୀ ସମୟରେ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର।

ସେହିପରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। କୃଷି କାର୍ଯ୍ୟ ପାଇଁ ଭଡ଼ାରେ ସେବା ଯୋଗାଇବା ଲାଗି ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ମନୋନୀତ ହୋଇଥିବା ୧୫,୦୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ ଦିଆଯିବ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବ୍ୟୟ କରିବେ ୧,୨୬୧ କୋଟି ଟଙ୍କା।

Tags: #PradhanMantriGaribAnnaYojana #PMGKAY #UnionCabinet

LEAVE A REPLY

Please enter your comment!
Please enter your name here