ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶ୍ୱ ବ୍ୟାଙ୍କ ସହାୟତାରେ ‘ଷ୍ଟାର୍ସ’ (Scheme for Translational and Advanced Research in Science) ଯୋଜନାକୁ ମଞ୍ଜୁରି ମିଳିଛି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି।

‘‘ଏହି ଯୋଜନାରୁ ନୂଆ ଶିକ୍ଷା ନୀତିର କାର୍ଯ୍ୟକାରିତା ଆରମ୍ଭ ହେଲା। ଏହି ଯୋଜନା ସ୍କୁଲ୍ ଶିକ୍ଷା ବ୍ୟବସ୍ଥାର ସୁଦୃଢିକରଣ କରିବ’’, କହିଛନ୍ତି ଜାଭେଦକର।

ଓଡ଼ିଶା ସମେତ ୬ଟି ରାଜ୍ୟ ତଥା ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳରେ ଏହି ଯୋଜନା ଆରମ୍ଭ ହେବ। ଏଥିପାଇଁ ୫ ହଜାର ୭୧୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଶିକ୍ଷାର ମାନ ଉନ୍ନତ କରିବା ଦିଗରେ ଚିହ୍ନିତ ରାଜ୍ୟମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ମିଳିବ। ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଏହି ଯୋଜନା କାର୍ଯ୍ୟ କରିବ।

Comment