ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଫଗାନିସ୍ତାନ ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ସର୍ବଦଳୀୟ ବୈଠକ
  • ଆଫଗାନ ସ୍ଥିତି ନେଇ ସୂଚନା ଦେଲେ ସରକାର
  • ବୈଠକରେ ବିଭିନ୍ନ ଦଳର ନେତା ସାମିଲ

ଆଫଗାନିସ୍ତାନ ତାଲିବାନ ଦଖଲକୁ ଚାଲିଯିବା ପରେ ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସେଠାକାର ନାଗରିକ ତାଲିବାନର ଅତ୍ୟାଚାରର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ବି ଅଛନ୍ତି। ଭାରତ ନିଜର ନାଗରିକକୁ ଦେଶକୁ ଫେରାଇ ଆଣିବା ପାଇଁ ମିଶନ ଜାରି ରଖିଛି। ଏହାରି ଭିତରେ ଆଫଗାନ ସ୍ଥିତିକୁ ନେଇ କେନ୍ଦ୍ର ସରକାର ଗୁରୁବାର ସର୍ବଦଳୀୟ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସରକାର ଆଫଗାନର ବର୍ତ୍ତମାନ ସ୍ଥିତି ଓ ଭାରତର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।

‘‘ଆଫଗାନିସ୍ତାନରେ ସ୍ଥିତି ଭଲ ନାହିଁ। ଆମେ ସର୍ବଦା ଆଫଗାନ ନାଗରିକଙ୍କ ସହିତ ଅଛୁ। ସେଠାରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ନିଜ ଦେଶକୁ ଆଣିବା ପାଇଁ ଉଦ୍ୟମ କରୁଛୁ। ଖୁବଶୀଘ୍ର ଏହି ମିଶନ ପୂରା ହେବ’’, ବୈଠକରେ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର।

ଆଜିର ସର୍ବଦଳୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ। ସେହିପରି ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ହୋଇ ଆଫଗାନ ସ୍ଥିତି ନେଇ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here